ସାମୁଦ୍ରିକ ସୁରକ୍ଷାକୁ ଭାରତ-ଜାପାନର ଗୁରୁତ୍ୱ

ଓ୍ବାଶିଂଟନ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ ୟୋଶିହିଦେ ସୁଗା ଓ୍ବାଶିଂଟନରେ ପରସ୍ପରକୁ ଭେଟିଛନ୍ତି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଆର୍ଥିକ ଦମନ ଓ ଏକତରଫା ଉଦ୍ୟମକୁ ନେଇ ଦୁଇନେତା ଚିନ୍ତା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକଳାପ ପୂର୍ବ ଓ ଦକ୍ଷିଣ ଚାଇନା ସାଗରରେ ସ୍ଥିତାବସ୍ଥାକୁ ବଦଳାଇଦେବା ଆଶଙ୍କା ରହିଥିବାରୁ ଏହାକୁ ମୋଦି ଓ ସୁଗା ବିରୋଧ କରିଛନ୍ତି। ଏହି ଅବସରରେ ଦୁହେଁ ଆଫଗାନିସ୍ତାନ ସ୍ଥିତି ସମେତ ସଦ୍ୟ ବୈଶ୍ୱିକ ଘଟଣାକ୍ରମ ନେଇ ଭାବ ବିନିମୟ କରିଥିଲେ। ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗିତା ନେଇ ମଧ୍ୟ ଆଲୋଚନା ହୋଇଥିବା ଜାପାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।

Share