Categories: ଜାତୀୟ

ଭାରତ-ଜାପାନ ବାୟୁସେନା ସମରାଭ୍ୟାସ: ରବିବାର ବାୟୁସେନାର ଯାତ୍ରା…

ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନାର ଏକ ଦଳ ରବିବାର ୧୨ ରୁ ୨୬ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଜାପାନର ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ସହିତ ପ୍ରଥମ ବାୟୁସେନା ସମରାଭ୍ୟାସ ବୀର ଗାର୍ଡିଆନ ୨୦୨୩ ପାଇଁ ଜାପାନର ହୟାକୁରି ଏୟାର ବେସ ଅଭିମୁଖେ ଯାତ୍ରା କରିବ। ଭାରତୀୟ ବାୟୁସେନା ଚାରିଟି ସୁଖୋଇ-୩୦ ଏମକେଆଇ, ଦୁଇଟି ସି-୧୭ ଗ୍ଲୋବାମାଷ୍ଟର ଏବଂ ଗୋଟିଏ ଆଇଏଲ-୭୮ ଟ୍ୟାଙ୍କର୍‌ ସହିତ ଯାତ୍ରା କରିବ।

ଦୁଇ ଦେଶ ମଧ୍ୟରେ ବାୟୁ ପ୍ରତିରକ୍ଷା ସହଯୋଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଭାରତ ଏବଂ ଜାପାନ ମିଳିତ ବାୟୁ ଅଭ୍ୟାସ ବୀର ଗାର୍ଡିଆନ -୨୦୨୩ ଆୟୋଜନ କରିବାକୁ ଯାଉଛନ୍ତି। ଭାରତୀୟ କଣ୍ଟିଜେଣ୍ଟରେ ଜେଏଏସଡିଏଫ୍‌,ଚାରିଟି ଏଫ୍‌-୨ ଏବଂ ଚାରିଟି ଏଫ୍‌-୧୫ ବିମାନ ମଧ୍ୟ ରହିଛି।

ସେପ୍ଟେମ୍ବରରେ ଟୋକିଓରେ ହୋଇଥିବା ଦ୍ୱିତୀୟ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା ସମୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବା ତଥା ପ୍ରଥମ ମିଳିତ ଯୁଦ୍ଧ ବିମାନ ଅଭ୍ୟାସ ସମେତ ଅଧିକ ସାମରିକ ଅଭ୍ୟାସ ପାଇଁ ଦୁଇଦେଶ ସହମତ ହୋଇଥିଲେ।

Share