Categories: ଜାତୀୟ

ଭାରତ-ଇସ୍ରାଏଲ ମିଳିତ ଭାବେ ପ୍ରସ୍ତୁତ କରିବେ ହାଇଟେକ୍ ଅସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ,୨୬ ।୯: ଭାରତ ଓ ଇସ୍ରାଏଲ ସେମାନଙ୍କର ପ୍ରତିରକ୍ଷା ସହଭାଗିତାକୁ ଆହୁରି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ଉଭୟ ଦେଶ ଉଚ୍ଚ ବୈଷୟିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସହ-ବିକାଶ ଓ ସହ-ଉତ୍ପାଦନ କରିବାକୁ ଚାହୁଁଛନ୍ତି । ଏହାକୁ ସେମାନେ ସେମାନଙ୍କ ବନ୍ଧୁ ଦେଶରୁ ଆମଦାନୀ କରିବେ ବୋଲି କହିଛନ୍ତି । ଗୁରୁବାର ଭାରତର ପ୍ରତିରକ୍ଷା ସଚିବ ତାଙ୍କର ଇସ୍ରାଏଲ ସମକକ୍ଷଙ୍କ ସହ ଏହି ପ୍ରକଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବାକୁ ଏହ ସବ୍ ୱାର୍କିଂ ଗୋଷ୍ଠୀ ଗଠନ କରିଥିଲେ । ପ୍ରତିରକ୍ଷା ଶିଳ୍ପ ସହଯୋଗରେ କାର୍ଯ୍ୟ କରୁଥିବା ସବ୍ ୱାର୍କିଂ ଗ୍ରୁପ(ଏସ୍‌ଡବ୍ଲୁଜି)ର ମୁଖ୍ୟ କାର୍ଯ୍ୟ ଗୁଡିକ ହେଉଛି ଟେକ୍ନୋଲୋଜିର ହସ୍ତାନ୍ତର, ପ୍ରତିରକ୍ଷା ଉପକରଣର ମିଳିତ ବିକାଶ ଓ ଉତ୍ପାଦନ, ବୈଷୟିକ ସୁରକ୍ଷା, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ତୃତୀୟ ଦେଶକୁ ମିଳିତ ରପ୍ତାନି । ଗତ ଦୁଇ ଦଶନ୍ଧି ଧରି ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ ତାଲିକାରେ ଇସ୍ରାଏଲ ଚତୁର୍ଥ ସ୍ଥାନରେ ରହିଛି । ଏହି କ୍ରମରେ ଶୁକ୍ରବାର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଭାରତ ପ୍ରତିରକ୍ଷା ବିକାଶ ଶିଳ୍ପ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି । ତେଣୁ ଏଭଳି ପରିସ୍ଥିତିରେ ଉଭୟ ଦେଶ ବୈଷୟିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସହ-ବିକାଶ ଓ ସହ-ଉତ୍ପାଦନ କରିବାକୁ ଚିନ୍ତା କରିଛନ୍ତି ।

Share