ଭାରତ-ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜଭୁତ

ନୂଆଦିଲ୍ଲୀ/ଜେରୁଜେଲମ,୮।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଟୁଇଟ୍‌ ଯୋଗେ ସେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା ହୋଇଛି। ଆମେ ଉଚ୍ଚ ବୈଷୟିକ ଜ୍ଞାନ ଉପରେ ଧ୍ୟାନ ଦେଇ ସୁରକ୍ଷା ଏବଂ ଅର୍ଥନୈତିକ ସମ୍ପର୍କକୁ ଆଗକୁ ବଢାଇବୁ।
ଜାନୁଆରୀ ୨୦୨୩ରେ ନେତାନ୍ୟାହୁ ପୁନର୍ବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଆଲୋଚନା କରିଥିଲେ।

Share