ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ୟୁନିଭର୍ସିଟିଜ୍‌ ଗ୍ଲୋବାଲ ଏଆଇ ଭାଇବ୍ରାନ୍ସ ଟୁଲ୍ସ ଭିଜୁଅଲ କ୍ୟାପିଟାଲିଷ୍ଟ ଚାର୍ଟ ଅନୁଯାୟୀ, ଭାରତ ୨୧.୫୯ ସ୍କୋର ଧାରଣ କରି ଏହି ସ୍ଥାନ ହାସଲ କରିଛି। ସର୍ବାଗ୍ରେ ଆମେରିକା ୭୮.୬ ପ୍ରତିଶତ ଓ ଚାଇନା ୩୬.୯୫ ପ୍ରତିଶତ ସ୍କୋର କରି ଦ୍ୱିତୀୟରେ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ବୈଶ୍ୱିକ ଏଆଇ ଦୃଶ୍ୟପଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି। ଉପରଲିଖିତ ଦୁଇ ଦେଶ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଭାରତର ସ୍କୋରକୁ ବଢ଼ାଇବାର ଆବଶ୍ୟକତା ଅଛି ବୋଲି ଉକ୍ତ ଚାର୍ଟ ପକ୍ଷରୁ କୁହାଯାଇଛି। ତେବେ ନୂଆଦିଲ୍ଲୀର ସ୍କୋର ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ବ୍ରିଟେନ୍‌, ଜର୍ମାନୀ ଓ ଅନ୍ୟାନ୍ୟ ବୃହତ୍‌ ରାଷ୍ଟ୍ରଠାରୁ ଆଗରେ ରହିବା ଏକ ସକାରାତ୍ମକ ସୂଚନା ଦେଇଛି।
ଟୁଲ୍‌ର ମାପଦଣ୍ଡ ଅନୁଯାୟୀ ପ୍ରତିଭା ଉପଲବ୍ଧତା, ଗବେଷଣା ଓ ବିକାଶ, ପୁଞ୍ଜିନିବେଶ, ସରକାରୀ ନୀତି ଓ ଅନୁଭୂତି, ଭିତ୍ତିଭୂମି ଓ ଅର୍ଥନୈତିକ ପ୍ରଭାବକୁ ହିସାବକୁ ନିଆଯାଇ ସ୍କୋର ନିର୍ଦ୍ଧାରଣ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଆଇର ଦ୍ରୁତ ପ୍ରଗତି ପ୍ରଯୁକ୍ତି ବ୍ୟବସ୍ଥା, ପୁଞ୍ଜିନିବେଶ ଓ ପ୍ରତିଭାଧାରୀଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିଥାଏ। ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶର ଏଆଇ ଭିତ୍ତିଭୂମିର ବିକାଶ ଲାଗି ଶ୍ରେଷ୍ଠ ବୈଶ୍ୱିକ କମ୍ପାନୀଗୁଡ଼ିକ ବହୁ କୋଟି ଟଙ୍କାର ଅର୍ଥ ବିନିଯୋଗ କରିବେ ବୋଲି ଘୋଷଣା କରିବା ପରେ ଏଆଇର ଚାହିଦା ବହୁମାତ୍ରାରେ ବଢ଼ିଯାଇଛି। ଏଆଇ, ଲଜିଷ୍ଟିକ୍ସ, କ୍ଲାଉଡ୍‌ କମ୍ପ୍ୟୁଟିଂ ଇନ୍‌ଫ୍ରାଷ୍ଟ୍ରକଚର ଆଦି କ୍ଷେତ୍ରରେ ୨୦୩୦ ସୁଦ୍ଧା ଆମାଜନ ୩୫ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଥିଲା। ସେହିପରି ମାଇକ୍ରୋସଫ୍ଟ ଏସିଆ ମହାଦେଶରେ କ୍ଲାଉଡ୍‌ ଓ ଏଆଇ ସମ୍ପ୍ରସାରଣ ଲାଗି ୧୭.୫ ବିଲିୟନ ଡଲାର ନିବେଶ କରିବା ଲାଗି ଘୋଷଣା କରିଥିଲା। ଏହା ପୂର୍ବରୁ ଇଣ୍ଟେଲ, କଗ୍‌ନିଜାଣ୍ଟ, ଓପନ୍‌ ଏଆଇ ମଧ୍ୟ ଭାରତ ଏଆଇର ଚାହିଦାକୁ ଦେଖି ପର୍ଯ୍ୟାପ୍ତ ଅର୍ଥ ନିବେଶ କରିବେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri