ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ୟୁନିଭର୍ସିଟିଜ୍‌ ଗ୍ଲୋବାଲ ଏଆଇ ଭାଇବ୍ରାନ୍ସ ଟୁଲ୍ସ ଭିଜୁଅଲ କ୍ୟାପିଟାଲିଷ୍ଟ ଚାର୍ଟ ଅନୁଯାୟୀ, ଭାରତ ୨୧.୫୯ ସ୍କୋର ଧାରଣ କରି ଏହି ସ୍ଥାନ ହାସଲ କରିଛି। ସର୍ବାଗ୍ରେ ଆମେରିକା ୭୮.୬ ପ୍ରତିଶତ ଓ ଚାଇନା ୩୬.୯୫ ପ୍ରତିଶତ ସ୍କୋର କରି ଦ୍ୱିତୀୟରେ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ବୈଶ୍ୱିକ ଏଆଇ ଦୃଶ୍ୟପଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି। ଉପରଲିଖିତ ଦୁଇ ଦେଶ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଭାରତର ସ୍କୋରକୁ ବଢ଼ାଇବାର ଆବଶ୍ୟକତା ଅଛି ବୋଲି ଉକ୍ତ ଚାର୍ଟ ପକ୍ଷରୁ କୁହାଯାଇଛି। ତେବେ ନୂଆଦିଲ୍ଲୀର ସ୍କୋର ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ବ୍ରିଟେନ୍‌, ଜର୍ମାନୀ ଓ ଅନ୍ୟାନ୍ୟ ବୃହତ୍‌ ରାଷ୍ଟ୍ରଠାରୁ ଆଗରେ ରହିବା ଏକ ସକାରାତ୍ମକ ସୂଚନା ଦେଇଛି।
ଟୁଲ୍‌ର ମାପଦଣ୍ଡ ଅନୁଯାୟୀ ପ୍ରତିଭା ଉପଲବ୍ଧତା, ଗବେଷଣା ଓ ବିକାଶ, ପୁଞ୍ଜିନିବେଶ, ସରକାରୀ ନୀତି ଓ ଅନୁଭୂତି, ଭିତ୍ତିଭୂମି ଓ ଅର୍ଥନୈତିକ ପ୍ରଭାବକୁ ହିସାବକୁ ନିଆଯାଇ ସ୍କୋର ନିର୍ଦ୍ଧାରଣ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଆଇର ଦ୍ରୁତ ପ୍ରଗତି ପ୍ରଯୁକ୍ତି ବ୍ୟବସ୍ଥା, ପୁଞ୍ଜିନିବେଶ ଓ ପ୍ରତିଭାଧାରୀଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିଥାଏ। ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶର ଏଆଇ ଭିତ୍ତିଭୂମିର ବିକାଶ ଲାଗି ଶ୍ରେଷ୍ଠ ବୈଶ୍ୱିକ କମ୍ପାନୀଗୁଡ଼ିକ ବହୁ କୋଟି ଟଙ୍କାର ଅର୍ଥ ବିନିଯୋଗ କରିବେ ବୋଲି ଘୋଷଣା କରିବା ପରେ ଏଆଇର ଚାହିଦା ବହୁମାତ୍ରାରେ ବଢ଼ିଯାଇଛି। ଏଆଇ, ଲଜିଷ୍ଟିକ୍ସ, କ୍ଲାଉଡ୍‌ କମ୍ପ୍ୟୁଟିଂ ଇନ୍‌ଫ୍ରାଷ୍ଟ୍ରକଚର ଆଦି କ୍ଷେତ୍ରରେ ୨୦୩୦ ସୁଦ୍ଧା ଆମାଜନ ୩୫ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଥିଲା। ସେହିପରି ମାଇକ୍ରୋସଫ୍ଟ ଏସିଆ ମହାଦେଶରେ କ୍ଲାଉଡ୍‌ ଓ ଏଆଇ ସମ୍ପ୍ରସାରଣ ଲାଗି ୧୭.୫ ବିଲିୟନ ଡଲାର ନିବେଶ କରିବା ଲାଗି ଘୋଷଣା କରିଥିଲା। ଏହା ପୂର୍ବରୁ ଇଣ୍ଟେଲ, କଗ୍‌ନିଜାଣ୍ଟ, ଓପନ୍‌ ଏଆଇ ମଧ୍ୟ ଭାରତ ଏଆଇର ଚାହିଦାକୁ ଦେଖି ପର୍ଯ୍ୟାପ୍ତ ଅର୍ଥ ନିବେଶ କରିବେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri