Posted inଜାତୀୟ

ଭାରତ ପୃଥିବୀର ଶକ୍ତିଶାଳୀ ଦେଶ, ମୋଦିଙ୍କ କଥାରେ ବନ୍ଦ ହୋଇଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଜୟପୁର, ୩୦।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଉଦୟପୁରରେ ପହଞ୍ଚିଛନ୍ତି। ସେ ଏଠାରେ ପନ୍ନାଧାୟ ଉଦ୍ୟାନ ଏବଂ ପ୍ରତିମୂର୍ତ୍ତିର ଲୋକାର୍ପଣ କରଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ଦୁଇଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କିଛି ଘଣ୍ଟା ପାଇଁ ବନ୍ଦ କରିଦେଇଥିଲେ। ଏହି ସମୟରେ, ଆମେ ସେଠାରୁ ୨୨ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିଥିଲୁ। ଏହା କେବେ ହୋଇ ନଥିଲା ଏବଂ କେବେ ଆଗକୁ ହେବ ନାହିଁ ମଧ୍ୟ।

ରାଜନାଥ ସିଂ କହିଛନ୍ତି ଯେ ଆମ ସରକାର ଦେଶର ଆତ୍ମ ସମ୍ମାନକୁ କେବେ ବି କ୍ଷୁର୍ଣ୍ଣ ହେବାକୁ ଦେବେ ନାହିଁ। ଆମେ କେବଳ ଭାରତରେ ରହୁଥିବା ଲୋକଙ୍କ ବିଷୟରେ ଚିନ୍ତା କରୁନାହୁଁ, ଅନ୍ୟ ଦେଶରେ ରହୁଥିବା ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛୁ।

ଭାରତ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ। କିନ୍ତୁ ଯଦି କେହି ଦେଶକୁ ମନ୍ଦ ଆଖିରେ ଦେଖିବା ପାଇଁ ଚେଷ୍ଟା କରେ, ତେବେ ଏହାର ଉପଯୁକ୍ତ ଉତ୍ତର ଦିଆଯାଇଛି। ରାଜନାଥ ସିଂ କହିଛନ୍ତି ଯେ ୮ ବର୍ଷ ପୂର୍ବେ ଆମେ କେବଳ ୯୦୦ କୋଟି ମୂଲ୍ୟର ଅସ୍ତ୍ର ବିକ୍ରୟ କରୁଥିଲୁ, କିନ୍ତୁ ବର୍ତ୍ତମାନ ଏହା୧୩୦୦୦ କୋଟି ଟଙ୍କା ଛୁଇଁଛି । ୨୦୪୭ ସୁଦ୍ଧା ଏଏହା ୨.୭୫ ଲକ୍ଷ କୋଟି ହେବ। ୨୦୪୭ ସୁଦ୍ଧା ଅର୍ଥାତ ୨୫ବର୍ଷ ପରେ ଭାରତ ବିଶ୍ୱଗୁରୁ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri