ଆକର୍ଷଣର କେନ୍ଦ୍ର ଭାରତ

ଛାୟାକାନ୍ତ ଷଡ଼ଙ୍ଗୀ

 

ବିଶିଷ୍ଟ ଫରାସୀ ଲେଖକ ରୋମା ରେଁାଲା ଭାରତ ସମ୍ପର୍କରେ ଲେଖିଥିଲେ ”ଯଦି ମାନବ ସମାଜର ସବୁ ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ଏକମାତ୍ର ସ୍ଥାନକୁ ବଛାଯାଏ ତେବେ ସେ ସ୍ଥାନଟି ହେବ ଭାରତବର୍ଷ।“ ବୋଧହୁଏ ସେଥିପାଇଁ ନିଜ ନିଜର ସ୍ବପ୍ନକୁ ସାକାର କରିବାପାଇଁ ବିଦେଶରୁ ବହୁ ବିଦ୍ୱାନ ଓ ପରିବ୍ରାଜକ ଭାରତ ଆସିଛନ୍ତି। ପଞ୍ଚମ ଶତାବ୍ଦୀରେ ଚାଇନା ପରିବ୍ରାଜକ ଫାହିଆନ (୩୩୭-୪୨୨) ଭାରତ ଆସି ୧୪ ବର୍ଷକାଳ ପରିଭ୍ରମଣ କଲେ ଓ ଭାରତର ଶାସ୍ତ୍ରୀୟ ପରମ୍ପରା ଅଧ୍ୟୟନ କଲେ। ଫେରିଗଲାବେଳେ ନେଇଯାଇଥିଲେ ଶହ ଶହ ଗ୍ରନ୍ଥ, ବୁଦ୍ଧଙ୍କର ସ୍ମାରକ ଓ ସ୍ମୃତି ଚିହ୍ନ, କେଶ ଓ ଦାନ୍ତ ଭଳି ଦେହାବଶେଷ। ତାଙ୍କ ସାଙ୍ଗରେ ଆସିଥିଲେ ଆଉ ଜଣେ ସନ୍ନ୍ୟାସୀ ଡାଓଝେଙ୍ଗ। ସେ ଭାରତପ୍ରତି ଏତେ ଆକର୍ଷିତ ହୋଇଥିଲେ ଯେ ସେ ଫାହିଆନ୍‌ଙ୍କ ସହ ଆଉ ଚାଇନା ଫେରିବାକୁ ଚାହିଁ ନ ଥିଲେ। ସପ୍ତମ ଶତାବ୍ଦୀରେ ଆସିଥିଲେ ହୁଏନ୍‌ସାଂ। ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପାଞ୍ଚବର୍ଷ ଅଧ୍ୟୟନ କରି ଭାରତରେ ଅତିବାହିତ କରିଥିଲେ ୧୬ ବର୍ଷ। ସେ ଲେଖିଛନ୍ତି ”ଏଠାରେ ଥିବା ଜିଜ୍ଞାସୁମାନଙ୍କର ସଂଖ୍ୟା କେତେ ହଜାର। ସେମାନେ ଧୀମାନ୍‌ ତଥା ବିଚକ୍ଷଣ। ସେମାନଙ୍କ ମଧ୍ୟରୁ ଅନେକଙ୍କ ସୁନାମ ଦୂରଦୂରାନ୍ତରେ ବିଦିତ। ସେମାନଙ୍କ ଆଚରଣ ନିର୍ମଳ ଓ ନିଷ୍କଳଙ୍କ।“ ଭାରତରେ ଧର୍ମଗ୍ରନ୍ଥଗୁଡ଼ିକୁ ମାଣ୍ଡାରିନ୍‌ ଭାଷାରେ ଅନୁବାଦ କରି ସେ ନିଜ ଦେଶକୁ ନେଇ ଯାଉଥିଲେ। ସେ ୬୫୭ଟି ବିରଳ ଗ୍ରନ୍ଥକୁ ଘୋଡ଼ା ପିଠିରେ ଲଦି ନିଜ ଦେଶକୁ ନେବାବେଳେ ଏକ ପାର୍ବତ୍ୟ ନଦୀରେ ବହିତକ ବୁଡ଼ିଯାଇଥିଲା। ବହୁ କଷ୍ଟରେ ସେଥିରୁ ପ୍ରାୟ ଅଧା ବହି ଉଦ୍ଧାର କରି ସେ ଚାଇନା ନେଇ ଯାଇଥିଲେ। ନିଜ ଦେଶକୁ ଫେରିବାବେଳେ ନାଳନ୍ଦାର ପଣ୍ଡିତମାନେ ତାଙ୍କୁ ପଚାରିଲେ, ”ଆପଣ କାହିଁକି ଏତେ ବିପଦସଙ୍କୁଳ ରାସ୍ତା ଅତିକ୍ରମ କରି ଫେରିବେ?“ ହୁଏନ୍‌ସାଂ ଉତ୍ତର ଦେଇଥିଲେ ”ଭାରତ ଏକ ଜ୍ଞାନ ଓ ଗୁରୁଙ୍କ ଦେଶ। ମୁଁ ଫେରି ଚାଇନାରେ ଏପରି ଏକ ନୂଆ ଭାରତ ସୃଷ୍ଟି କରିବାକୁ ଚାହେଁ। ବୁଦ୍ଧଙ୍କ ବାର୍ତ୍ତା ମୋ ଦେଶର ପ୍ରତିକୋଣରେ ପହଞ୍ଚାଇବାକୁ ଚାହେଁ। ଫାହିଆନ୍‌ ଓ ହୁଏନ୍‌ସାଂଙ୍କ ଭଳି ଚାଇନାର ବହୁ ପରିବ୍ରାଜକ ଭାରତ ଆସିଛନ୍ତି। ଇଜିଙ୍ଗ୍‌ ନାମରେ ଜଣେ ବୌଦ୍ଧ ସନ୍ନ୍ୟାସୀ ଭାରତ ଆସି ୨୪ବର୍ଷ ରହିଛନ୍ତି। ସେ ଲେଖିଛନ୍ତି ଜୁଆନ୍‌ଝାଓ ନାମକ ଜଣେ ପରିବ୍ରାଜକ ଭାରତରୁ ଫେରିବାପରେ ରାଜା ଗାଓଜଙ୍ଗ ତାଙ୍କୁ ପୁଣିଥରେ ଭାରତକୁ ଯାଇ ଆୟୁବର୍ଦ୍ଧକ ଔଷଧ ଆଣିବାକୁ ପଠାଇଥିଲେ। ଜୁଆନ୍‌ଝାଓ ରାଜାଙ୍କ ଆଦେଶ ମାନି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ମାତ୍ର ନିଜ ଦେଶକୁ ଫେରିବା ବାଟରେ ତାଙ୍କରେ ମୃତ୍ୟୁ ହେଲା।
ଅଷ୍ଟାଦଶ ଶତାବ୍ଦୀରେ ଇଂରେଜ ପ୍ରାଚ୍ୟ ବିଶାରଦ ଓ୍ବିଲିୟମ ଜୋନ୍‌ସ (୧୭୪୬-୧୭୯୪) ଭାରତକୁ ବୁଝିବା ପାଇଁ କଲିକତା ଓ କାଶୀରେ ରହି ସଂସ୍କୃତ ଭାଷା ପଣ୍ଡିତମାନଙ୍କଠାରୁ ଶିଖିଲେ। ଲଣ୍ଡା ହେଲେ, ଧୋତି ପିନ୍ଧିଲେ ଓ ଶାକାହାରୀ ହେଲେ। ପ୍ରାଚ୍ୟ ସଂସ୍କୃତି ଭାଷା ଓ ସଭ୍ୟତା ଅଧ୍ୟୟନ ପାଇଁ ପ୍ରତିଷ୍ଠା କଲେ ଏସିଆଟିକ୍‌ ସୋସାଇଟି। ଫେରିଯାଇ ୟୁରୋପୀୟମାନଙ୍କୁ କହିଲେ, ଭାରତ ଏକ ଦେଶ ନୁହେଁ ଦର୍ଶନ ଓ ସଂସ୍କୃତ ଭାଷା ସବୁ ୟୁରୋପୀୟ ଭାଷାର ଜନନୀ। ଆମେରିକୀୟ ଐତିହାସିକ ଉଇଲ ଡୁରାଣ୍ଟ (୧୮୫୫-୧୯୮୧) ମଧ୍ୟ କହିଛନ୍ତି ”ଭାରତ ହେଉଛି ମାନବ ଜାତିର ଜନ୍ମସ୍ଥାନ ଓ ସଂସ୍କୃତ ହେଉଛି ସବୁ ୟୁରୋପୀୟ ଭାଷାର ଜନନୀ। ଭାରତ ହେଉଛି ଆମ ଦର୍ଶନର, ଗଣିତର, ଖ୍ରୀଷ୍ଟଧର୍ମରେ ଥିବା ଅନେକ ଆଦର୍ଶର, ସ୍ବାୟତ୍ତଶାସନ ଓ ଗଣତନ୍ତ୍ରର ମା’। ଅନେକ ଦୃଷ୍ଟିରୁ ଭାରତ ଆମ ସମସ୍ତଙ୍କର ମା’।“ ବିଶିଷ୍ଟ ବ୍ରିଟିଶ ସାମ୍ବାଦିକ ମାର୍କ ଟଲି ବିବିସି ମୁଖ୍ୟ ହୋଇ ଭାରତ ଆସିଥିଲେ। ସେ ଭାରତ ପ୍ରତି ଏତେ ଆକର୍ଷିତ ହେଲେ ଯେ ଆଉ ଇଂଲଣ୍ଡ ନ ଫେରି ଭାରତୀୟ ନାଗରିକତ୍ୱ ଗ୍ରହଣ କରିନେଲେ ଓ କହିଲେ ଭାରତରେ ରହିବା ଅର୍ଥ ସାରା ପୃଥିବୀରେ ରହିବା ସଙ୍ଗେ ସମାନ। ବିଶିଷ୍ଟ ଇଂରେଜ ଜୀବବିଜ୍ଞାନୀ ଜେବି. ଏସ୍‌ ହେଲଡେନ୍‌ ଭାରତରେ ନାଗରିକତ୍ୱ ଗ୍ରହଣ କରି ହିନ୍ଦୁଧର୍ମ ଅଧ୍ୟୟନ କଲେ ଓ ଶାକାହାରୀ ହେଲେ। ସେ କହୁଥିଲେ ଯେ ଏକ ମୁକ୍ତ ବିଶ୍ୱ କେବଳ ଭାରତୀୟ ବିଚାର ଢାଞ୍ଚାରେ ଗଢ଼ିହେବ। ଆମେରିକାର ବିଶିଷ୍ଟ ଚିନ୍ତାନାୟକ ମାର୍କଟ୍ବାଇନ୍‌ ଭାରତକୁ ମାନବ ସଭ୍ୟତାର ଅନ୍ତୁଡ଼ିଶାଳ କହିବା ସଙ୍ଗେ ସଙ୍ଗେ ମାନବ ଭାଷାର ଜନ୍ମସ୍ଥାନ, ଇତିହାସର ମା, କିମ୍ବଦନ୍ତୀର ମାତାମହ, ପରମ୍ପରାର ଗୋସେଇମା’ ଓ ବିଶ୍ୱର ବହୁମୂଲ୍ୟବାନ ଜିନିଷର କୋଷାଗାର କହିଲେ।
ଜର୍ମାନୀର ବୋପାର୍ଡରେ ଜନ୍ମିତ (୧୯୪୮) ମାର୍ଟିନ କେମ୍ପସେନ୍‌ ଭିଆନାରେ ଜର୍ମାନ ଭାଷା ଓ ସାହିତ୍ୟ ଅଧ୍ୟୟନ କଲାପରେ ପ୍ୟାରିସ୍‌ରେ ଫରାସୀ ଭାଷା ଶିଖିଲେ ଓ ଭାରତ ଆସି କଲିକତାର ରାମକୃଷ୍ଣ ମିଶନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଲ୍‌ଚରରେ ଜର୍ମାନ ଭାଷାର ଶିକ୍ଷକ ଭାବେ ଯୋଗ ଦେଲେ। ରାମକୃଷ୍ଣ ପରମହଂସଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଭାରତରେ ରହିଗଲେ ଓ ଫାନ୍‌ସିସ୍‌ ଅଫ୍‌ ଆସିସି (୧୧-୧୨ ଶତାବ୍ଦୀ) ଓ ରାମକୃଷ୍ଣଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରି ବିଶ୍ୱଭାରତୀରୁ ଡକ୍ଟରେଟ୍‌ ଡିଗ୍ରୀ ଲାଭ କଲେ। ସେ ଲେଖିଥିଲେ ”ଜନ୍ମ ସୂତ୍ରରେ ମୁଁ କ୍ୟାଥୋଲିକ୍‌ ଖ୍ରୀଷ୍ଟିଆନ୍‌, ବର୍ତ୍ତମାନ ମଧ୍ୟ ତାହା। ମାତ୍ର ମୋର ପରିଚୟକୁ ନେଇ ଆଶ୍ରମରେ କେହି କେବେ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି ବରଂ ମୋତେ ଯଥେଷ୍ଟ ସମ୍ମାନ ଦେଇଛନ୍ତି। ମୋର ଖ୍ରୀଷ୍ଟିଆନ ଧର୍ମବିଶ୍ୱାସ ହେତୁ ମୋତେ କୌଣସି ଉତ୍ସବ ବା ଧର୍ମୀୟ ଅନୁଷ୍ଠାନରେ ଯୋଗଦେବା ପାଇଁ କେହି କେବେ ନିଷେଧ କରିନାହାନ୍ତି।“ ସେ ବଙ୍ଗଳା ଶିଖି ଶ୍ରୀରାମକୃଷ୍ଣ କଥାମୃତ ଓ ସ୍ବାମୀ ବିବେକାନନ୍ଦଙ୍କ ସମସ୍ତ କୃତି ପଢ଼ିବା ପରେ ତାକୁ ଜର୍ମାନ ଭାଷାରେ ଅନୁବାଦ କଲେ। ଏବେ କେମ୍ପସେନ୍‌ ଶାନ୍ତି ନିକେତନ ନିକଟରେ ଥିବା ଏକ ସାନ୍ତାଳୀ ଗାଁ ଗୋସାଲଡ଼ଙ୍ଗାକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରି ତା’ର ବିକାଶ କରୁଛନ୍ତି। ଗାଁର ପିଲାମାନଙ୍କ ଶିକ୍ଷା ପାଇଁ ସେଠାରେ ସେ ଏକ ସାନ୍ତାଳୀ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ପ୍ରତ୍ୟେକ ଦିନ ସେ ରହୁଥିବା ପୂର୍ବପଲ୍ଲୀରୁ ଏହି ଗାଁକୁ ସାଇକେଲ୍‌ରେ ଯିବା ଆସିବା କରନ୍ତି।
ସୁଦୂର ଅତୀତରୁ ଆଜି ପର୍ଯ୍ୟନ୍ତ କେତେ ବିଦ୍ୱାନ ବିଭିନ୍ନ ଦେଶରୁ ଆସି ଭାରତ ପ୍ରତି ଆକର୍ଷିତ ହୋଇଛନ୍ତି ଓ ଏଠାରେ ରହିଯାଇଛନ୍ତି। ଏହି ମାଟି ଟାଣି ଆଣିଛି ଶ୍ରୀମା’ଙ୍କୁ ଓ ଭଗିନୀ ନିବେଦିତାଙ୍କୁ। ସମସ୍ତେ ଏଠି ପରସ୍ପର ସହ ବାନ୍ଧି ହୋଇ ରହିଛନ୍ତି। ଏହା ହେଉଛି ଭାରତ ଭୂମିର ରହସ୍ୟ। ଏଣୁ କିଛିବର୍ଷ ପୂର୍ବେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ରବର୍ଟ ବ୍ଲାକଉଇଲ୍‌ ବିଦାୟ ନେବା ପୂର୍ବରୁ କହିଥିଲେ ”ଏ ବିଚିତ୍ର ଦେଶ କେମିତି ଏତେ ଦିନ ହେଲା ଏକାଠି ଅଛି ବୁଝିପାରିଲି ନାହିଁ। ଭାରତକୁ ବୁଝିବାକୁ ହେଲେ ମୋତେ ଏଠି ଦଶଥର ଜନ୍ମ ନେବାକୁ ପଡ଼ିବ।“ ଭାରତର ଏହି ରହସ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଦେଖି ସ୍ତମ୍ଭକାର ଭଗବାନ ପ୍ରକାଶ ଭାରତକୁ ‘ଗିନାଏ ସାଲାଡ୍‌’ କହିଥିଲେ। ଜଳନ୍ତା ଚୁଲିରେ ବସିଥିବା ହାଣ୍ଡିରେ ସବୁଦ୍ରବ୍ୟ ତରଳ ହୋଇ ଯାଏ ବୋଲି ତାକୁ କୁହାଯାଏ ମେଲ୍‌ଟିଂ ପଟ୍‌। ମାତ୍ର ସାଲାଡ୍‌ ଗିନାରେ ସବୁ ଫଳ ଓ ପରିବା ନିଜ ପରିଚୟ ନ ହଜାଇ ଏକାଠି ରହନ୍ତି। ଏହା ହେଉଛି ଭାରତମାଟିର ବୈଶିଷ୍ଟ୍ୟ। ତେଣୁ ବିଦେଶୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri