ଆକର୍ଷଣର କେନ୍ଦ୍ର ଭାରତ

ଛାୟାକାନ୍ତ ଷଡ଼ଙ୍ଗୀ

 

ବିଶିଷ୍ଟ ଫରାସୀ ଲେଖକ ରୋମା ରେଁାଲା ଭାରତ ସମ୍ପର୍କରେ ଲେଖିଥିଲେ ”ଯଦି ମାନବ ସମାଜର ସବୁ ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ଏକମାତ୍ର ସ୍ଥାନକୁ ବଛାଯାଏ ତେବେ ସେ ସ୍ଥାନଟି ହେବ ଭାରତବର୍ଷ।“ ବୋଧହୁଏ ସେଥିପାଇଁ ନିଜ ନିଜର ସ୍ବପ୍ନକୁ ସାକାର କରିବାପାଇଁ ବିଦେଶରୁ ବହୁ ବିଦ୍ୱାନ ଓ ପରିବ୍ରାଜକ ଭାରତ ଆସିଛନ୍ତି। ପଞ୍ଚମ ଶତାବ୍ଦୀରେ ଚାଇନା ପରିବ୍ରାଜକ ଫାହିଆନ (୩୩୭-୪୨୨) ଭାରତ ଆସି ୧୪ ବର୍ଷକାଳ ପରିଭ୍ରମଣ କଲେ ଓ ଭାରତର ଶାସ୍ତ୍ରୀୟ ପରମ୍ପରା ଅଧ୍ୟୟନ କଲେ। ଫେରିଗଲାବେଳେ ନେଇଯାଇଥିଲେ ଶହ ଶହ ଗ୍ରନ୍ଥ, ବୁଦ୍ଧଙ୍କର ସ୍ମାରକ ଓ ସ୍ମୃତି ଚିହ୍ନ, କେଶ ଓ ଦାନ୍ତ ଭଳି ଦେହାବଶେଷ। ତାଙ୍କ ସାଙ୍ଗରେ ଆସିଥିଲେ ଆଉ ଜଣେ ସନ୍ନ୍ୟାସୀ ଡାଓଝେଙ୍ଗ। ସେ ଭାରତପ୍ରତି ଏତେ ଆକର୍ଷିତ ହୋଇଥିଲେ ଯେ ସେ ଫାହିଆନ୍‌ଙ୍କ ସହ ଆଉ ଚାଇନା ଫେରିବାକୁ ଚାହିଁ ନ ଥିଲେ। ସପ୍ତମ ଶତାବ୍ଦୀରେ ଆସିଥିଲେ ହୁଏନ୍‌ସାଂ। ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପାଞ୍ଚବର୍ଷ ଅଧ୍ୟୟନ କରି ଭାରତରେ ଅତିବାହିତ କରିଥିଲେ ୧୬ ବର୍ଷ। ସେ ଲେଖିଛନ୍ତି ”ଏଠାରେ ଥିବା ଜିଜ୍ଞାସୁମାନଙ୍କର ସଂଖ୍ୟା କେତେ ହଜାର। ସେମାନେ ଧୀମାନ୍‌ ତଥା ବିଚକ୍ଷଣ। ସେମାନଙ୍କ ମଧ୍ୟରୁ ଅନେକଙ୍କ ସୁନାମ ଦୂରଦୂରାନ୍ତରେ ବିଦିତ। ସେମାନଙ୍କ ଆଚରଣ ନିର୍ମଳ ଓ ନିଷ୍କଳଙ୍କ।“ ଭାରତରେ ଧର୍ମଗ୍ରନ୍ଥଗୁଡ଼ିକୁ ମାଣ୍ଡାରିନ୍‌ ଭାଷାରେ ଅନୁବାଦ କରି ସେ ନିଜ ଦେଶକୁ ନେଇ ଯାଉଥିଲେ। ସେ ୬୫୭ଟି ବିରଳ ଗ୍ରନ୍ଥକୁ ଘୋଡ଼ା ପିଠିରେ ଲଦି ନିଜ ଦେଶକୁ ନେବାବେଳେ ଏକ ପାର୍ବତ୍ୟ ନଦୀରେ ବହିତକ ବୁଡ଼ିଯାଇଥିଲା। ବହୁ କଷ୍ଟରେ ସେଥିରୁ ପ୍ରାୟ ଅଧା ବହି ଉଦ୍ଧାର କରି ସେ ଚାଇନା ନେଇ ଯାଇଥିଲେ। ନିଜ ଦେଶକୁ ଫେରିବାବେଳେ ନାଳନ୍ଦାର ପଣ୍ଡିତମାନେ ତାଙ୍କୁ ପଚାରିଲେ, ”ଆପଣ କାହିଁକି ଏତେ ବିପଦସଙ୍କୁଳ ରାସ୍ତା ଅତିକ୍ରମ କରି ଫେରିବେ?“ ହୁଏନ୍‌ସାଂ ଉତ୍ତର ଦେଇଥିଲେ ”ଭାରତ ଏକ ଜ୍ଞାନ ଓ ଗୁରୁଙ୍କ ଦେଶ। ମୁଁ ଫେରି ଚାଇନାରେ ଏପରି ଏକ ନୂଆ ଭାରତ ସୃଷ୍ଟି କରିବାକୁ ଚାହେଁ। ବୁଦ୍ଧଙ୍କ ବାର୍ତ୍ତା ମୋ ଦେଶର ପ୍ରତିକୋଣରେ ପହଞ୍ଚାଇବାକୁ ଚାହେଁ। ଫାହିଆନ୍‌ ଓ ହୁଏନ୍‌ସାଂଙ୍କ ଭଳି ଚାଇନାର ବହୁ ପରିବ୍ରାଜକ ଭାରତ ଆସିଛନ୍ତି। ଇଜିଙ୍ଗ୍‌ ନାମରେ ଜଣେ ବୌଦ୍ଧ ସନ୍ନ୍ୟାସୀ ଭାରତ ଆସି ୨୪ବର୍ଷ ରହିଛନ୍ତି। ସେ ଲେଖିଛନ୍ତି ଜୁଆନ୍‌ଝାଓ ନାମକ ଜଣେ ପରିବ୍ରାଜକ ଭାରତରୁ ଫେରିବାପରେ ରାଜା ଗାଓଜଙ୍ଗ ତାଙ୍କୁ ପୁଣିଥରେ ଭାରତକୁ ଯାଇ ଆୟୁବର୍ଦ୍ଧକ ଔଷଧ ଆଣିବାକୁ ପଠାଇଥିଲେ। ଜୁଆନ୍‌ଝାଓ ରାଜାଙ୍କ ଆଦେଶ ମାନି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ମାତ୍ର ନିଜ ଦେଶକୁ ଫେରିବା ବାଟରେ ତାଙ୍କରେ ମୃତ୍ୟୁ ହେଲା।
ଅଷ୍ଟାଦଶ ଶତାବ୍ଦୀରେ ଇଂରେଜ ପ୍ରାଚ୍ୟ ବିଶାରଦ ଓ୍ବିଲିୟମ ଜୋନ୍‌ସ (୧୭୪୬-୧୭୯୪) ଭାରତକୁ ବୁଝିବା ପାଇଁ କଲିକତା ଓ କାଶୀରେ ରହି ସଂସ୍କୃତ ଭାଷା ପଣ୍ଡିତମାନଙ୍କଠାରୁ ଶିଖିଲେ। ଲଣ୍ଡା ହେଲେ, ଧୋତି ପିନ୍ଧିଲେ ଓ ଶାକାହାରୀ ହେଲେ। ପ୍ରାଚ୍ୟ ସଂସ୍କୃତି ଭାଷା ଓ ସଭ୍ୟତା ଅଧ୍ୟୟନ ପାଇଁ ପ୍ରତିଷ୍ଠା କଲେ ଏସିଆଟିକ୍‌ ସୋସାଇଟି। ଫେରିଯାଇ ୟୁରୋପୀୟମାନଙ୍କୁ କହିଲେ, ଭାରତ ଏକ ଦେଶ ନୁହେଁ ଦର୍ଶନ ଓ ସଂସ୍କୃତ ଭାଷା ସବୁ ୟୁରୋପୀୟ ଭାଷାର ଜନନୀ। ଆମେରିକୀୟ ଐତିହାସିକ ଉଇଲ ଡୁରାଣ୍ଟ (୧୮୫୫-୧୯୮୧) ମଧ୍ୟ କହିଛନ୍ତି ”ଭାରତ ହେଉଛି ମାନବ ଜାତିର ଜନ୍ମସ୍ଥାନ ଓ ସଂସ୍କୃତ ହେଉଛି ସବୁ ୟୁରୋପୀୟ ଭାଷାର ଜନନୀ। ଭାରତ ହେଉଛି ଆମ ଦର୍ଶନର, ଗଣିତର, ଖ୍ରୀଷ୍ଟଧର୍ମରେ ଥିବା ଅନେକ ଆଦର୍ଶର, ସ୍ବାୟତ୍ତଶାସନ ଓ ଗଣତନ୍ତ୍ରର ମା’। ଅନେକ ଦୃଷ୍ଟିରୁ ଭାରତ ଆମ ସମସ୍ତଙ୍କର ମା’।“ ବିଶିଷ୍ଟ ବ୍ରିଟିଶ ସାମ୍ବାଦିକ ମାର୍କ ଟଲି ବିବିସି ମୁଖ୍ୟ ହୋଇ ଭାରତ ଆସିଥିଲେ। ସେ ଭାରତ ପ୍ରତି ଏତେ ଆକର୍ଷିତ ହେଲେ ଯେ ଆଉ ଇଂଲଣ୍ଡ ନ ଫେରି ଭାରତୀୟ ନାଗରିକତ୍ୱ ଗ୍ରହଣ କରିନେଲେ ଓ କହିଲେ ଭାରତରେ ରହିବା ଅର୍ଥ ସାରା ପୃଥିବୀରେ ରହିବା ସଙ୍ଗେ ସମାନ। ବିଶିଷ୍ଟ ଇଂରେଜ ଜୀବବିଜ୍ଞାନୀ ଜେବି. ଏସ୍‌ ହେଲଡେନ୍‌ ଭାରତରେ ନାଗରିକତ୍ୱ ଗ୍ରହଣ କରି ହିନ୍ଦୁଧର୍ମ ଅଧ୍ୟୟନ କଲେ ଓ ଶାକାହାରୀ ହେଲେ। ସେ କହୁଥିଲେ ଯେ ଏକ ମୁକ୍ତ ବିଶ୍ୱ କେବଳ ଭାରତୀୟ ବିଚାର ଢାଞ୍ଚାରେ ଗଢ଼ିହେବ। ଆମେରିକାର ବିଶିଷ୍ଟ ଚିନ୍ତାନାୟକ ମାର୍କଟ୍ବାଇନ୍‌ ଭାରତକୁ ମାନବ ସଭ୍ୟତାର ଅନ୍ତୁଡ଼ିଶାଳ କହିବା ସଙ୍ଗେ ସଙ୍ଗେ ମାନବ ଭାଷାର ଜନ୍ମସ୍ଥାନ, ଇତିହାସର ମା, କିମ୍ବଦନ୍ତୀର ମାତାମହ, ପରମ୍ପରାର ଗୋସେଇମା’ ଓ ବିଶ୍ୱର ବହୁମୂଲ୍ୟବାନ ଜିନିଷର କୋଷାଗାର କହିଲେ।
ଜର୍ମାନୀର ବୋପାର୍ଡରେ ଜନ୍ମିତ (୧୯୪୮) ମାର୍ଟିନ କେମ୍ପସେନ୍‌ ଭିଆନାରେ ଜର୍ମାନ ଭାଷା ଓ ସାହିତ୍ୟ ଅଧ୍ୟୟନ କଲାପରେ ପ୍ୟାରିସ୍‌ରେ ଫରାସୀ ଭାଷା ଶିଖିଲେ ଓ ଭାରତ ଆସି କଲିକତାର ରାମକୃଷ୍ଣ ମିଶନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଲ୍‌ଚରରେ ଜର୍ମାନ ଭାଷାର ଶିକ୍ଷକ ଭାବେ ଯୋଗ ଦେଲେ। ରାମକୃଷ୍ଣ ପରମହଂସଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଭାରତରେ ରହିଗଲେ ଓ ଫାନ୍‌ସିସ୍‌ ଅଫ୍‌ ଆସିସି (୧୧-୧୨ ଶତାବ୍ଦୀ) ଓ ରାମକୃଷ୍ଣଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରି ବିଶ୍ୱଭାରତୀରୁ ଡକ୍ଟରେଟ୍‌ ଡିଗ୍ରୀ ଲାଭ କଲେ। ସେ ଲେଖିଥିଲେ ”ଜନ୍ମ ସୂତ୍ରରେ ମୁଁ କ୍ୟାଥୋଲିକ୍‌ ଖ୍ରୀଷ୍ଟିଆନ୍‌, ବର୍ତ୍ତମାନ ମଧ୍ୟ ତାହା। ମାତ୍ର ମୋର ପରିଚୟକୁ ନେଇ ଆଶ୍ରମରେ କେହି କେବେ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି ବରଂ ମୋତେ ଯଥେଷ୍ଟ ସମ୍ମାନ ଦେଇଛନ୍ତି। ମୋର ଖ୍ରୀଷ୍ଟିଆନ ଧର୍ମବିଶ୍ୱାସ ହେତୁ ମୋତେ କୌଣସି ଉତ୍ସବ ବା ଧର୍ମୀୟ ଅନୁଷ୍ଠାନରେ ଯୋଗଦେବା ପାଇଁ କେହି କେବେ ନିଷେଧ କରିନାହାନ୍ତି।“ ସେ ବଙ୍ଗଳା ଶିଖି ଶ୍ରୀରାମକୃଷ୍ଣ କଥାମୃତ ଓ ସ୍ବାମୀ ବିବେକାନନ୍ଦଙ୍କ ସମସ୍ତ କୃତି ପଢ଼ିବା ପରେ ତାକୁ ଜର୍ମାନ ଭାଷାରେ ଅନୁବାଦ କଲେ। ଏବେ କେମ୍ପସେନ୍‌ ଶାନ୍ତି ନିକେତନ ନିକଟରେ ଥିବା ଏକ ସାନ୍ତାଳୀ ଗାଁ ଗୋସାଲଡ଼ଙ୍ଗାକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରି ତା’ର ବିକାଶ କରୁଛନ୍ତି। ଗାଁର ପିଲାମାନଙ୍କ ଶିକ୍ଷା ପାଇଁ ସେଠାରେ ସେ ଏକ ସାନ୍ତାଳୀ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ପ୍ରତ୍ୟେକ ଦିନ ସେ ରହୁଥିବା ପୂର୍ବପଲ୍ଲୀରୁ ଏହି ଗାଁକୁ ସାଇକେଲ୍‌ରେ ଯିବା ଆସିବା କରନ୍ତି।
ସୁଦୂର ଅତୀତରୁ ଆଜି ପର୍ଯ୍ୟନ୍ତ କେତେ ବିଦ୍ୱାନ ବିଭିନ୍ନ ଦେଶରୁ ଆସି ଭାରତ ପ୍ରତି ଆକର୍ଷିତ ହୋଇଛନ୍ତି ଓ ଏଠାରେ ରହିଯାଇଛନ୍ତି। ଏହି ମାଟି ଟାଣି ଆଣିଛି ଶ୍ରୀମା’ଙ୍କୁ ଓ ଭଗିନୀ ନିବେଦିତାଙ୍କୁ। ସମସ୍ତେ ଏଠି ପରସ୍ପର ସହ ବାନ୍ଧି ହୋଇ ରହିଛନ୍ତି। ଏହା ହେଉଛି ଭାରତ ଭୂମିର ରହସ୍ୟ। ଏଣୁ କିଛିବର୍ଷ ପୂର୍ବେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ରବର୍ଟ ବ୍ଲାକଉଇଲ୍‌ ବିଦାୟ ନେବା ପୂର୍ବରୁ କହିଥିଲେ ”ଏ ବିଚିତ୍ର ଦେଶ କେମିତି ଏତେ ଦିନ ହେଲା ଏକାଠି ଅଛି ବୁଝିପାରିଲି ନାହିଁ। ଭାରତକୁ ବୁଝିବାକୁ ହେଲେ ମୋତେ ଏଠି ଦଶଥର ଜନ୍ମ ନେବାକୁ ପଡ଼ିବ।“ ଭାରତର ଏହି ରହସ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଦେଖି ସ୍ତମ୍ଭକାର ଭଗବାନ ପ୍ରକାଶ ଭାରତକୁ ‘ଗିନାଏ ସାଲାଡ୍‌’ କହିଥିଲେ। ଜଳନ୍ତା ଚୁଲିରେ ବସିଥିବା ହାଣ୍ଡିରେ ସବୁଦ୍ରବ୍ୟ ତରଳ ହୋଇ ଯାଏ ବୋଲି ତାକୁ କୁହାଯାଏ ମେଲ୍‌ଟିଂ ପଟ୍‌। ମାତ୍ର ସାଲାଡ୍‌ ଗିନାରେ ସବୁ ଫଳ ଓ ପରିବା ନିଜ ପରିଚୟ ନ ହଜାଇ ଏକାଠି ରହନ୍ତି। ଏହା ହେଉଛି ଭାରତମାଟିର ବୈଶିଷ୍ଟ୍ୟ। ତେଣୁ ବିଦେଶୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri