Posted inଜାତୀୟ

ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ

ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍‌ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ’ରେ ପ୍ରକାଶ ପାଇଛି। ୨୦୨୨ରେ ସବୁଠାରୁ ପ୍ରଦୂଷିତ ରାଷ୍ଟ୍ର ସୂଚୀର ଶୀର୍ଷ ସ୍ଥାନରେ ରହିଛି ସେଣ୍ଟ୍ରାଲ ଆଫ୍ରିକାର ଚାଦ। ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ବାୟୁମଣ୍ଡଳରେ ପିଏମ୍‌୨.୫ (ଫାଇନ୍‌ ପାର୍ଟିକଲ୍‌/ ପ୍ରଦୂଷକ)ର ପରିମାଣ ୫୩.୩ ମାଇକ୍ରୋଗ୍ରାମ୍ସ/କ୍ୟୁବିକ୍‌ ମିଟର, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ସେଫ୍‌ ଲିମିଟ୍‌ଠାରୁ ୧୦ ଗୁଣା ଅଧିକ। ସୁଇସ୍‌ ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟ ପିଏମ୍‌ ୨.୫କୁ ଆଧାର କରି ବୈଜ୍ଞାନିକ ଓ ହେଲ୍‌ଥ ଏକ୍ସପର୍ଟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ସରକାରୀ ବା ବେସରକାରୀ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟରତ ୧୩୧ ଦେଶର ୩୦,୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟବେକ୍ଷକଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦେଶରେ ୨୦-୩୦% ପ୍ରଦୂଷଣ ଟ୍ରାନ୍ସପୋର୍ଟେଶନ୍‌ ସେକ୍ଟର ଦ୍ୱାରା ହେଉଥିବାବେଳେ ଇଣ୍ଡଷ୍ଟ୍ରିଆନ୍‌ ୟୁନିଟ୍‌, କୋଇଲାରୁ ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟ ଏବଂ ଜଙ୍ଗଲ ନିଆଁ ଦ୍ୱାରା ବାୟୁମଣ୍ଡଳରେ ପିଏମ୍‌୨.୫ ପ୍ରଦୂଷକର ପରିମାଣ ବଢ଼ୁଥିବା ଉଲ୍ଲେଖ କରାଯାଇଛି। ବାୟୁ ପ୍ରଦୂଷଣ ଯୋଗୁ ଭାରତର ୧୫୦ ବିଲିୟନ ଡଲାର କ୍ଷତି ହୋଇଥିବା ଅନୁମାନ କରାଯାଇଛି। ଅନ୍ୟପକ୍ଷେ ବିଶ୍ୱର ୫୦ ପ୍ରଦୂଷିତ ସହର ସୂଚୀରେ ଭାରତର ୩୯ ସହର ସ୍ଥାନ ପାଇଛି। ଶୀର୍ଷ ୧୦ ସହର ମଧ୍ୟରେ ଭାରତର ୬ ସହର ରହିଥିବାବେଳେ ଶୀର୍ଷ ୨୦ରେ ୧୪ ସହର ଅଛି। ଗାଜିଆବାଦ୍‌ ବାୟୁରେ ପିଏମ୍‌ ୨.୫ ସ୍ତର ସର୍ବାଧିକ ୮୮ ମାଇକ୍ରୋଗ୍ରାମ୍ସ ଥିବାବେଳେ ଗୁରୁଗ୍ରାମରେ ୭୦ ମାଇକ୍ରୋଗ୍ରାମ୍ସ ରହିଛି। ସେହିପରି ନୋଏଡା, ଗାଜିଆବାଦ୍‌, ଫରିଦାବାଦ ଆଦି ସହରରେ ବାୟୁ ପ୍ରଦୂଷଣର ମାତ୍ରା ପୂର୍ବ ଅପେକ୍ଷା କମିଛି। ପାକିସ୍ତାନର ଲାହୋର ସହର ଏହି ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଚାଇନାର ହୋଟାନ୍‌ ସହର ରହିଛି। ଅନ୍ୟପକ୍ଷେ ରାଜସ୍ଥାନର ଭିଓ୍ବାଦି ସହର ତୃତୀୟ ଏବଂ ଦିଲ୍ଲୀ ଯଥାକ୍ରମେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଏସିଆର ୭୨ଟି ସହର ବିଶ୍ୱର ୧୦୦ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛନ୍ତି। ଅଧିକାଂଶ ସହର ଭାରତ, ପାକିସ୍ତାନ, ବାଂଲାଦେଶର ହୋଇଥିବା ଜଣାପଡ଼ିଛି। ବାୟୁ ପ୍ରଦୂଷଣ ବଢ଼ିବା ଶିଶୁ, ମଧୁମେହ ରୋଗୀ, ଆଜ୍‌ମା ଆକ୍ରାନ୍ତ, କ୍ୟାନ୍‌ସର ପୀଡ଼ିତ ଏବଂ ବୟସ୍କଙ୍କ ପାଇଁ ଘାତକ। ବାୟୁରେ ପିଏମ୍‌ ୨.୫ର ମାତ୍ରା ବଢ଼ିବା ଦ୍ୱାରା ମଣିଷ ସ୍ବାସ୍ଥ୍ୟ ପ୍ରତି ଏହା ହାନିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri