ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ ବିଶ୍ୱସ୍ତରୀୟ ରିପୋର୍ଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି। ଶରଣାର୍ଥୀ ଏବଂ ପ୍ରବାସୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରକାଶିତ ପ୍ରଥମ ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀର ପ୍ରତି ଆଠ ଜଣଙ୍କ ମଧ୍ୟରୁ ଜଣେ ପ୍ରବାସୀ। ସେମାନଙ୍କ ଜନସଂଖ୍ୟା ପ୍ରାୟ ଶହେ କୋଟି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଅଧାନମ ଘେବ୍ରେୟସସ କହିଛନ୍ତି ଯେ ଏହା ହେଉଛି ପ୍ରଥମ ରିପୋର୍ଟ ଯାହା ବିଶ୍ୱ ସ୍ତରରେ ଶରଣାର୍ଥୀ ଏବଂ ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମୀକ୍ଷା ଆଧାରରେ ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଭାରତ, ବାଂଲାଦେଶ ଏବଂ ଥାଇଲାଣ୍ଡ ଶରଣାର୍ଥୀଙ୍କୁ ଣରଣ ଦେବାରେ ଶୀର୍ଷ ତିନୋଟି ଦେଶ ର ମାନ୍ୟତା ହାସଲ କରିଛନ୍ତି। ଭାରତରେ ଥିବା ୪୮,୭୮,୭୦୪ ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ୨,୦୭,୩୩୪ ଶରଣାର୍ଥୀ ଅଛନ୍ତି। ଏହା ଦେଶର ସମୁଦାୟ ଜନସଂଖ୍ୟାର ୦.୪ ପ୍ରତିଶତ। ପ୍ରବାସୀମାନଙ୍କ ମଧ୍ୟରୁ ଶରଣାର୍ଥୀଙ୍କ ସଂଖ୍ୟା ୪.୨ ପ୍ରତିଶତ ରହିଛି।

ମିଳିତ ଜାତିସଂଘ ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ଉତ୍ତର ଆମେରିକାକୁ ଲୋକଙ୍କ ସ୍ଥାନାନ୍ତରଣ ଚାଲିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକା ଏବଂ ଏସିଆର ଅନ୍ୟ ଅଞ୍ଚଳର ଲୋକ ଅଧିକ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶେଷକରି ଚାଇନା, ଭାରତ ଏବଂ ଫିଲିପାଇନ୍ସର ଲୋକଙ୍କ ସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ, ୨୦୨୦ରେ ଆମେରିକାରେ ସର୍ବାଧିକ ସ୍ଥାନାନ୍ତରଣ ହୋଇଥିଲା ଏବଂ ସମୁଦାୟ ପ୍ରବାସୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଅର୍ଥାତ୍‌ ୫୧ ନିୟୁତ ସେଠାକୁ ଯାଇଥିଲେ।

Share