‘ଭାରତ ଆମର ପ୍ରଥମ ବନ୍ଧୁ’

ମାଲେ,୨୯ା୯: ଭାରତ ପ୍ରତି ମୁହୂର୍ତ୍ତରେ ମାଳଦ୍ୱୀପକୁ ସହାୟତା ଯୋଗାଇ ଆସିଛି। ଏହି କଥାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ୧୯୮୮ରେ ଅପରେଶନ କାକଟସ୍‌ଠାରୁ ଆରମ୍ଭ କରି କରୋନା ମହାମାରୀ ସମୟରେ କରୋନା ଟିକା ବିତରଣ ପର୍ଯ୍ୟନ୍ତ ଭାରତ ମାଳଦ୍ୱୀପକୁ ପ୍ରମୁଖ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିଛି। ମାଳଦ୍ୱୀପ ମଧ୍ୟ ଭାରତକୁ ଏହାର ପ୍ରଥମ ତଥା ନିକଟତମ ବନ୍ଧୁ ଭାବରେ ବିବେଚନା କରିଛି।

ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ ଏକ ଫଟୋ ସହ ଟୁଇଟ୍‌ କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଆମ ଦ୍ୱୀପ ସମ୍ପ୍ରଦାୟରେ ମୌଳିକ ସେବା ବିକାଶରେ ମାଳଦ୍ୱୀପକୁ ଭାରତର ସହାୟତା। ଏହି ଯୋଜନା ଅଧୀନରେ ବି ଧାରାବନ୍ଧୁଠାରେ ଆରମ୍ଭ ହୋଇଥିବା ଜରୁରିକାଳୀନ ଚିକିତ୍ସା ସେବା ୟୁନିଟ୍‌ ଆମର ଚିକିତ୍ସା ସେବାକୁ ବ୍ୟାପକ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପ୍ରମାଣିତ ହେବ। ମାଳଦ୍ୱୀପ ସରକାର ଏବଂ ଭାରତ ସରକାର ମିଳିତ ଭାବେ ଅନୁଦାନ ପ୍ରାପ୍ତ ଏକ ପ୍ରକଳ୍ପ, ମାଳଦ୍ୱୀପ ଏବଂ ଭାରତବାସୀଙ୍କ ମଧ୍ୟରେ ବନ୍ଧୁତ୍ୱର ପ୍ରତୀକ ବୋଲି ଲେଖାଯାଇଛି।

Share