ଭାରତ ଆମର ସର୍ବୋତ୍ତମ ବନ୍ଧୁ: ୭୧ ପ୍ରତିଶତ ଇସ୍ରାଏଲ ନାଗରିକଙ୍କ ମତ…

ଜେରୁଜେଲମ,୫।୨ : ସମ୍ପ୍ରତି ବିଶ୍ୱ ପରିସଂଖ୍ୟାନ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇସ୍ରାଏଲ ନାଗରିକମାନେ ଭାରତକୁ ସର୍ବୋତ୍ତମ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏକ୍ସରେ ପୋଷ୍ଟ କରି ସେମାନେ ଲେଖିଛନ୍ତି ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ବହୁତ ଭଲ ପାଉ।

ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ଇସ୍ରାଏଲ ୭୧ ପ୍ରତିଶତ ର଼୍ୟାଙ୍କିଙ୍ଗ ସହିତ ଶୀର୍ଷରେ ରହିଛି, ତା’ପରେ ବ୍ରିଟେନ ୬୬ ପ୍ରତିଶତ, କେନିଆ ୬୪ ପ୍ରତିଶତ,ନାଇଜେରିଆ ୬୦ ପ୍ରତିଶତ, ଦକ୍ଷିଣ କୋରିଆ ୫୮ ପ୍ରତିଶତ, ଜାପାନ ୫୫ ପ୍ରତିଶତ, ଅଷ୍ଟ୍ରେଲିଆ ୫୨ ପ୍ରତିଶତ ଏବଂ ଇଟାଲୀ ୫୨ ପ୍ରତିଶତ ସହ ଏହି ତାଲିକାରେ ରହଛନ୍ତି। ଭାରତ ପ୍ରତି ସକାରାତ୍ମକ ମନୋଭାବ ସହ ଦେଶର ତାଲିକା ଇସ୍ରାଏଲ ଶେୟାର କରିଛି ।

ଏଥିରେ ଇସ୍ରାଏଲ ସମେତ ଅନ୍ୟ ୧୧ ଟି ଦେଶ ଅଛନ୍ତି। ଇସ୍ରାଏଲ ପରେ, ଭାରତ ବିଷୟରେ ସକାରାତ୍ମକ ଦୃଷ୍ଟିକୋଣ ଥିବା ଲୋକଙ୍କ ଦୃଷ୍ଟିରେ ବ୍ରିଟେନ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ପଡୋଶୀ ଦେଶ ପାକିସ୍ତାନ ଏବଂ ଚାଇନାର ନାମ ଇସ୍ରାଏଲ ଦ୍ୱାରା ପ୍ରକାଶିତ ତାଲିକାରେ ନାହିଁ।

 

Share