ଟିକସ ସ୍ବଚ୍ଛତା ଆଡ଼କୁ ବଢୁଛି ଭାରତ:ମୋଦି

ନୂଆଦିଲ୍ଲୀ: ଭାରତ ଟିକସ ଆତଙ୍କବାଦରୁ ଟିକସ ସ୍ବଚ୍ଛତା ଆଡକୁ ବଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। କେନ୍ଦ୍ର ସରକାର ଟିକସ ବ୍ୟବସ୍ଥାରେ ନୂଆ ଫେସ୍‌ଲେସ ଅପିଲ, ବିବାଦ ସମାଧାନ ବ୍ୟବସ୍ଥା ଭଳି ନୂଆ ସଂସ୍କାର ଆରମ୍ଭ କରିଛନ୍ତି। ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଛି ବୋଲି କଟକ ବେଞ୍ଚ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) ନୂଆ କାର୍ଯ୍ୟାଳୟ ଏବଂ ରେସିଡେନସିଆଲ କମ୍ପ୍ଲେକ୍ସ ଶୁଭାରମ୍ଭ କରି ମୋଦି ଏହା କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସରକାର ବର୍ତ୍ତମାନ ସଂସ୍କାର, କାର୍ଯ୍ୟଧାରା ଏବଂ ପରିବର୍ତ୍ତନ ଉପରେ ଫୋକସ କରିଛନ୍ତି। ଦେଶର ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ଟିକସଦାତାଙ୍କ ଦାୟିତ୍ୱ ଏବଂ ଅଧିକାରକୁ ସଂକଳିତ କରି ଏହାକୁ ଆଇନର ରୂପ ଦେବାରେ ଭାରତ ବିଶ୍ୱର ପ୍ରମୁଖ ଦେଶ ମଧ୍ୟରେ ସାମିଲ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଟିକସଦାତା ଏବଂ ଟିକସ ସଂଗ୍ରହକାରୀଙ୍କ ମଧ୍ୟରେ ସ୍ବଚ୍ଛତା ଏବଂ ବିଶ୍ୱାସ ଆଣିବା ଦିଗରେ ସହାୟକ ହେଉଛି। ସରକାରଙ୍କ ଟିକସ ହ୍ରାସ ପଦକ୍ଷେପ ଉପରେ ମଧ୍ୟ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ବ୍ୟକ୍ତିଗତ ଟିକସଦାତାଙ୍କ ଲାଗି ଟିକସ ଢାଞ୍ଚାକୁ ସରଳ କରିବା, ଫେସ୍‌ଲେସ ଅପିଲ ଏବଂ ତ୍ୱରିତ ରିଫଣ୍ଡ ଉପରେ ସେ ମତ ରଖିଛନ୍ତି। ଅର୍ଥ ବ୍ୟବସ୍ଥାରେ ସମ୍ପତ୍ତି ସୃଷ୍ଟିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦେଖିଲେ ଟିକସଦାତାଙ୍କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି। ଟିକସଦାତାଙ୍କ ସମସ୍ୟା ସମାଧାନ ହେଲେ ଅଧିକ ଲୋକ ବ୍ୟବସ୍ଥା ସହ ଯୋଡି ହେବେ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri