ପାକିସ୍ତାନରେ ହିଂସା ଅନିୟନ୍ତ୍ରିତ: ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୧୦ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଏକ ଦୁର୍ନୀତି ମାମଲାର ଶୁଣାଣି ସମୟରେ ଇସଲାମାବାଦ ହାଇକୋର୍ଟରୁ ଗିରଫ କରାଯାଇଛି। ଏହା ପରେ ପାକିସ୍ତାନରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବୁଧବାର ସରକାରୀ ସୂତ୍ରରୁ ପ୍ରକାଶ ଯେ,  ଇମ୍ରାନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହିଂସାତ୍ମକ ବିରୋଧ ମଧ୍ୟରେ ଭାରତ ପାକିସ୍ତାନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ସୂଚନାନୁସାରେ, ଭାରତୀୟ ସୀମା ଏବେ ମଧ୍ୟ କଡ଼ା ନଜରରେ ରହିଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କୁହାଯାଉଛି, ପାକିସ୍ତାନ ସୀମାର ଅପର ପାର୍ଶ୍ୱରେ କିଛି ବି ସମସ୍ୟା ସୃଷ୍ଟି କରିପାରେ। ଏହା ଉପରେ ଭାରତ ପୂରା ତୀକ୍ଷ୍ଣ ନଜର ରଖିଛି।

Share