ରାୟଗଡ଼ାରେ ଭାରତ ବନ୍ଦ

ରାୟଗଡ଼ା ଅଫିସ,୨୮ା୩: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଶ୍ରମିକ କୃଷକ ବିରୋଧ ନୀତି ଜନ ବିରୋଧ ନୀତି ବିରୋଧରେ ସୋମବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ଶା ଶାଖା ପକ୍ଷରୁ ରାୟଗଡ଼ାର କପିଳାସ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୮ ଏବଂ ୨୯ ଦୁଇଦିନ ଧରି ଏହି ଧର୍ମଘଟ କରାଯିବ। ୧୨ ଦଫା ଦାବି ନେଇ ବନ୍ଦ ପାଳନ ହୋଇଛି । ଆଇଏନଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ସଓ୍ବେl, ଏଲ୍‌ପିଏଫ୍‌, ରାଜ୍ୟ କେନ୍ଦ୍ର ବ୍ୟାଙ୍କ ବୀମା ଆଦି ଫେଡେରେଶନର ଆହ୍ବାନ କ୍ରମେ ୨ ଦିନ ଧର୍ମଘଟ କରାଯିବ। ଆଜି ପ୍ରଥମ ଦିନରେ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଯାନବାହନକୁ ଅଟକ ରଖାଯାଇଛି। କେବଳ ଜରୁରୀ ସେବାକୁ ଛାଡ଼ିଲେ ବାକି ସବୁ ବନ୍ଦ ରହିଛି l ଆଇଏନ୍‌ଟିୟୁସିର ଜିଲା ସଭାପତି ଭବାନୀ ଶଙ୍କର ଜେନାଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।