Posted inଜାତୀୟ

ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ/କିଭ୍‌, ୧୮ା୮: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଉଚ୍ଚ ଦରରେ ଏନର୍ଜୀ କ୍ରୟ କରିବା ପାଇଁ ଅଧିକାଂଶ ଭାରତୀୟ ସକ୍ଷମ ନୁହନ୍ତି। ତେଣୁ ଦେଶବାସୀଙ୍କୁ ସର୍ବୋତ୍ତମ ଡିଲ୍‌ ଦେବା ନୈତିକ କର୍ତ୍ତବ୍ୟ ବୋଲି ବୁଧବାର ଥାଇଲାଣ୍ଡର ବ୍ୟାଙ୍କ୍‌କଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ପ୍ରକାଶ କରିଛନ୍ତି। ଏହାକୁ ନେଇ ୟୁକ୍ରେନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି। ରୁଷିଆରୁ ତେଲ ଆକାରରେ ଭାରତ ୟୁକ୍ରେନୀୟଙ୍କ ରକ୍ତ କିଣୁଛି ବୋଲି ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି।

ଭାରତୀୟ ସମୁଦାୟଙ୍କୁ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଥିଲେ, ଆମେ ଆମର ହିତକୁ ନେଇ ବେଶ୍‌ ସଚ୍ଚୋଟ ରହିଛୁ। ଭାରତର ମୁଣ୍ଡପିଛା ଆୟ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା। ପ୍ରତି ଭାରତୀୟ ଉଚ୍ଚ ମୂଲ୍ୟରେ ତୈଳ, ଗ୍ୟାସ୍‌ ଆଦି କିଣିବା ପାଇଁ ସକ୍ଷମ ନୁହନ୍ତି। ତେଣୁ ସେମାନଙ୍କ ସୁବିଧା ପାଇଁ କମ୍‌ ମୂଲ୍ୟରେ ତୈଳ ଆଦି ଯୋଗାଇଦେବା ନୈତିକ କର୍ତ୍ତବ୍ୟ। ସମ୍ପ୍ରତି ତୈଳ ଏବଂ ଗ୍ୟାସ୍‌ ଦର ଆକାଶଛୁଆଁ ହୋଇଛି। ଭାରତର ଅନେକ ତୈଳ ଯୋଗାଣକାରୀ ପାର୍ଟନର ତଥା ଦେଶଗୁଡ଼ିକ ଏବେ ୟୁରୋପମୁହଁ। ରୁଷିଆରୁ ତୈଳ କ୍ରୟ କମ୍‌ କରିବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନଜର ପକାଇଛନ୍ତି, ଯେଉଁମାନେ ଭାରତକୁ ତେଲ ଯୋଗାଇପାରିବେ।

ତେଣୁ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ପ୍ରତ୍ୟେକ ଦେଶ ସେମାନଙ୍କ ପାଇଁ ଉପଯୁକ୍ତ ଡିଲ୍‌ ସୁନିଶ୍ଚିତ କରିବା ପାଇଁ ଲାଗିଛନ୍ତି। ଭାରତ ମଧ୍ୟ ଅନୁରୂପ କାମ କରୁଛି ବୋଲି ଜୟଶଙ୍କର କହିଛନ୍ତି। ଏହା ଉପରେ ୟୁକ୍ରେନ୍‌ ପ୍ରତିପକ୍ଷ କୁଲେବା କହିଛନ୍ତି, ଭାରତଠାରୁ ଆମେ ଅଧିକ ସମର୍ଥନ ଓ ସହଯୋଗ ଆଶା କରୁ। ୟୁକ୍ରେନ୍‌ ଭାରତର ଏକ ଭରସାଯୋଗ୍ୟ ସହଯୋଗୀ। କିନ୍ତୁ ନୂଆଦିଲ୍ଲୀ ରୁଷିଆରୁ ତୈଳ କ୍ରୟ କରି ରୁଷିଆର ଯୁଦ୍ଧ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଉଛି ବୋଲି କୁଲେବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri