ବାଘଛାଲ ଚାଲାଣରେ ଭାରତ ଆଗୁଆ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ ବିଦେଶକୁ ବାଘର ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ଚୋରା ଚାଲାଣ ହୋଇ ଯାଉଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ପ୍ରକାଶିତ ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି। ୟୁନାଇଟେଡ୍‌ ନେଶନ୍ସ ଓ୍ବାଲର୍‌ଡ କ୍ରାଇମ୍‌ ରିପୋର୍ଟରେ ୨୦୦୭ରୁ ୨୦୧୮ ମଧ୍ୟରେ ବିଭିନ୍ନ ଦେଶକୁ ଚାଲାଣ ହୋଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗର ପରିମାଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ ହୋଇଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗର ୮୨% କେବଳ କେବଳ ଭାରତ ଓ ଥାଇଲାଣ୍ଡକୁ ଯାଇଛି।
ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଇବା ଉଦ୍‌ବେଗର କାରଣ ପାଲଟିଛି। ୨୦୧୦ରେ ବିଶ୍ୱରେ ମାତ୍ର ୩,୨୦୦ ବାଘ ଥିଲେ। ସେଣ୍ଟ ପିଟର୍ସବର୍ଗ ଟାଇଗର ସମିଟ୍‌ ପରଠାରୁ ଜୁଲାଇ ୨୯କୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ଜୈବ ବିବିଧତାରେ ସନ୍ତୁଳନ ଆଣିବା ଲାଗି ୨୦୨୨ (ଚାଇନିଜ୍‌ ଇୟର ଅଫ୍‌ ଦି ଟାଇଗର) ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣ ବୃଦ୍ଧି କରିବା ପାଇଁ ୧୩ଟି ଦେଶ ଏହି ସମ୍ମିଳନୀରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ସେହି ଦେଶଗୁଡ଼ିକ ହେଲା ଭାରତ, ବାଂଲାଦେଶ, ଭୁଟାନ, କାମ୍ବୋଡିଆ, ଚାଇନା, ଇଣ୍ଡୋନେସିଆ, ଲାଓ ପିଡିଆର୍‌, ମାଲେସିଆ, ମ୍ୟାନ୍‌ମାର, ନେପାଳ, ରୁଷିଆ, ଥାଇଲାଣ୍ଡ ଓ ଭିଏତ୍‌ନାମ। ବାଘ ବଂଶ ବୃଦ୍ଧି ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଜୁଲାଇ ୨୯ରେ ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଥିଲେ ହେଁ ଅଧିକାଂଶ ଦେଶ ଲକ୍ଷ୍ୟ ହାସଲରେ ବିଫଳ ହୋଇଛନ୍ତି। ୨୦୧୫ରେ ବିଶ୍ୱର ବାଘ ସଂଖ୍ୟା ୩,୦୬୨ରୁ ୩,୯୪୮ ମଧ୍ୟରେ ରହିଥଲା। ଜଙ୍ଗଲ ଧ୍ୱଂସ ପାଇବା, ବାଘ ଶିକାର, ମଣିଷ-ପ୍ରାଣୀ ଲଢ଼େଇ ଆଦିକୁ ବାଘ ବଂଶ ହ୍ରାସ ପାଇବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏବେ ମଧ୍ୟ ବାଘର ଛାଲ, ନଖ ଓ ହାଡ଼କୁ ଔଷଧୀୟ କାର୍ଯ୍ୟରେ ଲଗାଇବା ପାଇଁ ଏହି ପ୍ରାଣୀକୁ ହତ୍ୟା କରାଯାଉଥିବା ସାମ୍ନାକୁ ଆସୁଛି। ବ୍ୟାଘ୍ର ସାମଗ୍ରୀ ଚାଲାଣକାରୀ ଦେଶ ଭାବେ ଚାଇନା ଓ ଭାରତ ଶୀର୍ଷରେ ରହିଛି। ଚାଲାଣ ବେଳେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୮% ଭାରତୀୟ ହୋଇଥିତ୍ବାବେଳେ ଭିଏତ୍‌ନାମର ୧୪% ଓ ଇଣ୍ଡୋନେସିଆ ୮% ନାଗରିକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ। ସେହିପରି ୨୯% ଚାଲାଣକାରୀ ଚାଇନାର ବୋଲି ବିଶ୍ୱବ୍ୟାପୀ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଶ୍ୱର ପ୍ରାୟ ୭୦% ବାଘ ଭାରତରେ ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ବିଶ୍ୱ ବ୍ୟାଘ୍ର ଦିବସ ପାଳନ ପୂର୍ବରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାଭଡେକର ଟାଇଗର ଗଣନା ରିପୋର୍ଟ ଜାରି କରିଛନ୍ତି। ସେ କହିଛନ୍ତି, ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ନିର୍ଦ୍ଧାରିତ ସମୟର ୪ ବର୍ଷ ପୂର୍ବରୁ ଲକ୍ଷ୍ୟ ହାସଲ କରିଛି, ଯାହାକି ଆମ ପାଇଁ ଗର୍ବର ବିଷୟ। ସୂଚନାଯୋଗ୍ୟ, ୨୦୧୪ରେ ଭାରତରେ ୨୨୨୬ ବାଘ ଥିବାବେଳେ ୨୦୧୮ର ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୨୯୬୭ରେ ପହଞ୍ଚତ୍ଥିଲା। ଦେଶରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଏମ୍‌-ଷ୍ଟ୍ରାଇପ୍‌ ନାମରେ ଏକ ଆପ୍‌ ମଧ୍ୟ ବିକଶିତ କରାଯାଇଛି, ଯାହା ଭାରତର ୫୦% ଟାଇଗର ରିଜର୍ଭ ଉପରେ ନଜର ରଖିଥାଏ। ଶିକାରୀମାନଙ୍କୁ ଧରିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri