ଆରୋଗ୍ୟରେ ଆମେରିକାଠୁ ଭାରତ ଆଗରେ

ନୂଆଦିଲ୍ଲୀ,୨୦।୯(ପି.ଟି.): କୋଭିଡ୍‌-୧୯ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚତ୍ଛି। ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୫ହଜାର ୮୮୦ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ କୋଭିଡ୍‌ ଆରୋଗ୍ୟ ହାର ୭୯.୨୮%କୁ ବୃଦ୍ଧି ପାଇଛି। ଦେଶରେ ଏମେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪୨ଲକ୍ଷ ୮ହଜାର ୪୩୧ ଅତିକ୍ରମ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏବେ ବିଶ୍ୱର ଆରୋଗ୍ୟ ହାର ଅନୁସାରେ ଭାରତର ୧୯.୧% ରହିଛି। ସେହିପରି ଦେଶରେ ମୃତ୍ୟୁହାର ମଧ୍ୟ ହ୍ରାସପାଉଛି। ୨୪ ଘଣ୍ଟାରେ ୧,୨୪୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୫ ହଜାର ୬୧୯ରେ ପହଞ୍ଚତ୍ଛି। ଦେଶରେ କୋଭିଡ୍‌ ମୃତ୍ୟୁହାର ୧.୬୧% ରହିଛି, ଯାହାକି ବିଶ୍ୱ ତୁଳନାରେ ଯଥେଷ୍ଟ କମ୍‌। ଦେଶରେ ଗତ ୨୪ ଘଣ୍ଟାରେ ୯୩ ହଜାର ୩୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୯୩ ହଜାର ୩୩୭ରେ ପହଞ୍ଚତ୍ଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୦% ନୂଆ ଆରୋଗ୍ୟ ହାର ରହିଥିବା ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକ, ଉରପ୍ରଦେଶ, ତାମିଲ୍‌ନାଡ଼ୁ ଏବଂ ଦିଲ୍ଲୀ ରହିଛି। ସର୍ବାଧିକ ସଂକ୍ରମିତ ୫ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ ଉରପ୍ରଦେଶ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Share