Categories: ଜାତୀୟ

ମୋବାଇଲ ଡାଟା ସ୍ପିଡରେ ରୁଷିଆ, ଆର୍ଜେଣ୍ଟିନାଠାରୁ ଆଗରେ ଭାରତ

ନୂଆଦିଲ୍ଲୀ,୨।୩: ଭାରତରେ ମୋବାଇଲ ଡାଟା ଡାଉନଲୋଡ ସ୍ପିଡ ୧୧୫% ବୃଦ୍ଧି ପାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧୩.୮୭ ଏମ୍‌ବିପିଏସ୍‌ ଥିଲା, ଯାହା ଜାନୁଆରୀରେ ୨୯.୮୫ ଏମ୍‌ବିପିଏସ୍‌ ଥିଲା। ବର୍ତ୍ତମାନ ରୁଷିଆ, ଆର୍ଜେଣ୍ଟିନା, ପାକିସ୍ତାନ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ଜି-୨୦ ଦେଶ ସମେତ ଭାରତ ଅନ୍ୟ ଦେଶଠାରୁ ଆଗରେ ରହିଛି।
ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ରକେଟ ବେଗରେ ଚାଲିଛି। ଜାନୁଆରୀ ୨୦୨୩ରେ ଭାରତ ୬୯ତମ ସ୍ଥାନରେ ଥିଲା କିନ୍ତୁ ବର୍ତ୍ତମାନ ୫ଜି ଭାରତ ୪୯ତମ ସ୍ଥାନରେ ପହଞ୍ଚିଛି। ସେପ୍ଟେମ୍ବର ୨୦୨୨ରେ ଏହା ୧୧୮ ତମ ସ୍ଥାନରେ ରହିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଜାନୁୟାରୀ ୨୦୨୩ରେ ଜିଓ ୫ଜି ସେବା ବ୍ୟବହାର କରୁଥିବା ଗ୍ରାହକମାନେ ହିମାଚଳ ପ୍ରଦେଶରେ ହାରାହାରି ଡାଉନଲୋଡ ସ୍ପିଡ ୨୪୬.୪୯ ଏମ୍‌ବିପିଏସ୍‌ ପାଇଛନ୍ତି। ଏହା ସହିତ କୋଲକାତାରେ ୫୦୬.୨୫ ଏମ୍‌ବିପିଏସ୍‌୍‌ ପର୍ଯ୍ୟନ୍ତ ଗତି ରେକର୍ଡ କରାଯାଇଥିଲା।
ଏୟାରଟେଲ ୫ଜି ଗ୍ରାହକମାନଙ୍କୁ ହାରାହାରି ଡାଉନଲୋଡ ବେଗ କୋଲକାତାରେ ୭୮.୧୮ ଏମ୍‌ବିପିଏସ୍‌ ଏବଂ ଦିଲ୍ଲୀରେ ୨୬୮.୮୯ ଏମ୍‌ବିପିଏସ୍‌ ଅନୁଭବ କରିଛନ୍ତି। ରିପୋର୍ଟ ଅନୁଯାୟୀ, ହାରାହାରି ୫ଜି ଡାଉନଲୋଡ ସ୍ପିଡ ୫୧୨.୫୭ ଏମ୍‌ବିପିଏସ୍‌ଏସ୍‌ (ଗୁଜରାଟ) ଏବଂ ୧୯.୨୩ ଏମ୍‌ବିପିଏସ୍‌ଏସ୍‌ (ଉତ୍ତରପ୍ରଦେଶ ପଶ୍ଚିମ) ମଧ୍ୟରେ ଥିଲା।

Share