Posted inଖେଳ

ଫିଫା ର଼୍ୟାଙ୍କିଙ୍ଗରେ ଭାରତ ୯୯

ନୂଆଦିଲ୍ଲୀ, ୨୧/୭(ପି.ଟି.): ସାଫ୍‌ ଚାମ୍ପିୟନଶିପ୍‌ ପରେ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳ ୯୯ତମ ସ୍ଥାନ ଅଧିକାର କରିଛି। ୨୦୧୮ ପରେ ପ୍ରଥମ ଥର ଭାରତ ର଼୍ୟାଙ୍କିଙ୍ଗ ତାଲିକାରେ ୧୦୦ ଭିତରେ ସ୍ଥାନ ପାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ଶକ୍ତିଶାଳୀ ଦଳ ଲେବାନନ ଓ କୁଏଟ୍‌କୁ ଯଥାକ୍ରମେ ସେମିଫାଇନାଲ ଓ ଫାଇନାଲ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଥିଲା। ଲେବାନନକୁ ମଧ୍ୟ ଦୁଇ ସ୍ଥାନ ଫାଇଦା ମିଳିଛି। ଭାରତ ତଳକୁ ଏହି ଦଳ ୧୦୦ତମ ସ୍ଥାନରେ ରହିଛି। କୁଏଟ୍‌ ୪ ସ୍ଥାନ ଉପରକୁ ଉଠି ୧୩୭ତମ ସ୍ଥାନରେ ଅଛି। ସାଫ୍‌ ଚାମ୍ପିୟନଶିପ୍‌କୁ ଅଧିକ ପ୍ରତିଯୋଗିତାମୂଳକ କରିବା ଲାଗି ଏଥର ପଶ୍ଚିମ ଏସୀୟ ଦେଶ ଲେବାନନ ଓ କୁଏଟ୍‌କୁ ଆମନ୍ତ୍ରଣ କରାଯାଇଥିଲା। ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୧୨୦୮.୬୯ ରହିଛି। ୧୯୯୬ରେ ଭାରତର ଶ୍ରେଷ୍ଠ ଫିଫା ର଼୍ୟାଙ୍କିଙ୍ଗ ୯୪ତମ ସ୍ଥାନରେ ରହିଥିଲା। ଦଳ ୧୯୯୩ରେ ୯୯ତମ, ୨୦୧୭ ଓ ୨୦୧୮ରେ ୯୬ ଏବଂ ଗତ ମାସରେ ୧୦୦ତମ ସ୍ଥାନରେ ରହିଥିଲା। ଓଭରଅଲ୍‌ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଶୀର୍ଷ ସ୍ଥାନରେ ରହିଥିଲା। ଏହା ପଛକୁ ପଛ ଯଥାକ୍ରମେ ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ ଓ ବେଲଜିୟମ ରହିଛନ୍ତି। ଏସୀୟ ଦେଶଗୁଡ଼ିକ ମଧ୍ୟରେ ଜାପାନ ସବୁଠାରୁ ଉଚ୍ଚରେ ୨୦ତମ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଇରାନ (୨୨ତମ), ଅଷ୍ଟ୍ରେଲିଆ (୨୭ତମ), କୋରିଆ (୨୮ତମ) ଓ ସାଉଦି ଆରବ (୫୪) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri