Posted inଜାତୀୟ

୧୧୩ ଦେଶରୁ ୭୧ରେ ଭାରତ

ନୂଆଦିଲ୍ଲୀ, ୨୧ା୧୦: ନିକଟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ପଡ଼ୋଶୀ ପାକିସ୍ତାନଠାରୁ ଖରାପ ପ୍ରଦର୍ଶନ କରିଥିବାବେଳେ ବିଶ୍ୱ ଖାଦ୍ୟ ସୁରକ୍ଷା ସୂଚକାଙ୍କ(ଜିଏଫ୍‌ଏସ୍‌)-୨୦୨୧ରେ ମଧ୍ୟ ଭାରତ ଖରାପ ପ୍ରଦର୍ଶନ କରିଛି। ୧୧୩ଟି ଦେଶକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଭାରତ ୭୧ତମ ସ୍ଥାନରେ ରହିଛି। ଖାଦ୍ୟ ଉପଲବ୍ଧତାରେ ଭାରତକୁ ୫୦.୨ ପଏଣ୍ଟ ମିଳିଥିବାବେଳେ ପାକିସ୍ତାନକୁ ୫୨.୬ ଏବଂ ଶ୍ରୀଲଙ୍କା ୬୨.୯ ପଏଣ୍ଟ ପାଇଛି। ୨୦୧୨ରେ ଭାରତକୁ ୫୪.୫ ପଏଣ୍ଟ ମିଳିଥିବାବେଳେ ଚଳିତ ବର୍ଷ ମାତ୍ର ୨.୭ ପଏଣ୍ଟ ଅଧିକ ହାସଲ କରିଛି। ୨୦୧୨ରେ ପାକିସ୍ତାନ ୪୫.୭ ସ୍କୋର ପାଇଥିଲା। ଲଣ୍ଡନର ଇକୋନୋମିଷ୍ଟ ଇମ୍ପାକ୍ଟ ଏବଂ କୋର୍ଟେଭା ଏଗ୍ରିସାଇନ୍ସ ପକ୍ଷରୁ ମଙ୍ଗଳବାର ଜିଏଫ୍‌ଏସ୍‌ ରିପୋର୍ଟ ପ୍ରକାଶ ପାଇଛି।
ଅଷ୍ଟ୍ରେଲିଆ, ବ୍ରିଟେନ୍‌, ଫିନ୍‌ଲାଣ୍ଡ, ସୁଇଜରଲାଣ୍ଡ, ନେଦରଲାଣ୍ଡ୍‌ସ, କାନାଡା, ଜାପାନ, ଫ୍ରାନ୍ସ ଏବଂ ଆମେରିକାର ଜିଏଫ୍‌ଏସ୍‌ ସ୍କୋର ୭୭.୮ରୁ ୮୦ ପଏଣ୍ଟ ରହିଥିବାରୁ ଏହି ଦେଶଗୁଡ଼ିକ ତାଲିକାର ଶୀର୍ଷ ଭାଗରେ ରହିଛନ୍ତି। ଜିଏଫ୍‌ଏସ୍‌ ସୂଚକାଙ୍କ ୧୧୩ ଦେଶରେ ଖାଦ୍ୟ ନିରାପତ୍ତାର ପ୍ରମୁଖ କାରକ ଯଥା ଖାଦ୍ୟର ଉପଲବ୍ଧତା, ଗୁଣବତ୍ତା, ନିରାପତ୍ତା ସମେତ ପ୍ରାକୃତିକ ସମ୍ପଦ ଉପରେ ଆଧାରିତ। ଆୟ, ଅର୍ଥନୈତିକ ଅସମାନତା ସମେତ ଖାଦ୍ୟ ସୁରକ୍ଷାର ୫୮ ସ୍ବତନ୍ତ୍ର ଇଣ୍ଡିକେଟରକୁ ଜିଏଫ୍‌ଏସ୍‌ରେ ଧ୍ୟାନରେ ରଖାଯାଇଥାଏ। ୨୦୩୦ ସୁଦ୍ଧା ଶୂନ କ୍ଷୁଧା ଦିଗରେ ଅଗ୍ରସର ହୋଇ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେ ଦିଗରେ କାର୍ଯ୍ୟ କରିବା ନିମନ୍ତେ ଏହି ରିପୋର୍ଟରେ ଆହ୍ବାନ ଦିଆଯାଇଛି। ତେବେ ଦକ୍ଷିଣ ଏସିଆରେ ମୋଟ ଉପରେ ଭାରତର ପ୍ରଦର୍ଶନ ଭଲ ରହିଛି। ସାମଗ୍ରିକ ସ୍କୋର ଅନୁସାରେ ପାକିସ୍ତାନ ୭୫ତମ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ୭୭, ନେପାଳ ୭୯, ବାଂଲାଦେଶ ୮୪ ତମ ସ୍ଥାନରେ ରହିଛି। ତେବେ ଚାଇନା ଭଲ ପ୍ରଦର୍ଶନ କରି ଏହି ତାଲିକାରେ ୩୪ତମ ସ୍ଥାନ ପାଇଛି। ଭାରତ ଖାଦ୍ୟର ଗୁଣବତ୍ତା ଏବଂ ନିରାପତ୍ତା ସମେତ ଏହାର ଉତ୍ପାଦନ ନିମନ୍ତେ ପ୍ରାକୃତିକ ସମ୍ବଳର ସୁରକ୍ଷା ଦିଗରେ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କାଠାରୁ ଉନ୍ନତ ରହିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri