Posted inଜାତୀୟ

ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ଇଜିପ୍ଟର ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଇଜିପ୍ଟର ରାଷ୍ଟ୍ରପତି ଫତା ଅଲ୍‌-ସିସିଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ଅନ୍ୟପକ୍ଷେ କାଇରୋ ସହିତ ଭାରତର ରାଜନୈତିକ ଏବଂ ସାମରିକ ସମ୍ପର୍କକୁ ମଜଭୁତ କରିବା ଲାଗି ନୂଆଦିଲ୍ଲୀ ଏକ ପ୍ରୟାସ ଆରମ୍ଭ କରିଛି। ଉଭୟ ଦେଶ ପୂର୍ବରୁ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ମଧ୍ୟ ପାଳନ କରିସାରିଛନ୍ତି।

ଏହି ନିମନ୍ତ୍ରଣ ଆଗାମୀ ଦିନରେ ଦିଲ୍ଲୀ-କାଇରୋ ସମ୍ପର୍କକୁ ଆହୁରି ଦ୍ୱିଗୁଣିତ କରିବ। ଚଳିତ ବର୍ଷ ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇଜିପ୍ଟ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଉଭୟ ମନ୍ତ୍ରୀ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେତେବେଳେ ଜୟଶଙ୍କର ରାଷ୍ଟ୍ରପତି ସିସିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ‘ବିଶେଷ ବାର୍ତ୍ତା’ ପ୍ରଦାନ କରିଥିଲେ।

୨୦୧୬ ସେପ୍ଟେମ୍ବରରେ ରାଷ୍ଟ୍ରପତି ସିସି ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ଇଜିପ୍ଟ ଭାରତର ତେଜସ ଫାଇଟର୍‌ ବିମାନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri