Categories: ଜାତୀୟ

ବ୍ରିଟେନରେ ଭାରତୀୟ ଛାତ୍ର ସର୍ବାଧିକ

ସୋନିପତ୍‌, ୧୧ା୫ (ଆଇଏଏନ୍‌ଏସ୍‌): ବ୍ରିଟେନରେ ଭାରତୀୟ ଛାତ୍ରୀଛାତ୍ର ସଂଖ୍ୟା ଚାଇନା ସମେତ ସବୁ ଦେଶକୁ ଟପିଯାଇଛି। ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରେ ଭାରତ-ବ୍ରିଟେନ୍‌ ସମ୍ପର୍କ ଉପରେ ଉଦ୍‌ବୋଧନ ଦେବା ଅବସରରେ ଭାରତରେ ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍‌ ଏହା କହିଛନ୍ତି। ଦୁଇ ଦେଶ ମଧ୍ୟରେ ମାନବୀୟ ସମ୍ପର୍କ ଅସାଧାରଣ। ତଥାପି ଭାରତ-ବ୍ରିଟେନ ସମ୍ପର୍କକୁ ଆହୁରି ଗଭୀର ସ୍ତରକୁ ନେବାକୁ ହେବ ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ନିମନ୍ତେ ବୁଝାମଣା ପାଇଁ ଉଦ୍ୟମ ଚାଲିଛି। ଏହା କେବଳ ଅର୍ଥନୈତିକ ମୂଲ୍ୟ ଦୃଷ୍ଟିରୁ ନୁହେଁ, ବରଂ ରଣନୀତିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏଲିସ୍‌ କହିଛନ୍ତି।

Share