Posted inଜାତୀୟ

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ସରକାରୀ ସେବା ପାଇବା ପାଇଁ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି। ଗ୍ଲୋବାଲ କରପ୍‌ଶନ ବାରୋମିଟର (ଜିସିବି) ରିପୋର୍ଟ ଅନୁଯାୟୀ ଲାଞ୍ଚ ଦେଉଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତଙ୍କୁ ଏଥିପାଇଁ କୁହାଯାଇଥାଏ। ୩୨ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କର ଉପଯୋଗ କରିଥାନ୍ତି। ତାହା ନ କଲେ ସେବା ମିଳିବ ନାହିଁ ବୋଲି ସେମାନେ କହିଛନ୍ତି। ଗତ ଜୁନ୍‌ ୧୭ରୁ ଜୁଲାଇ ୧୭ ମଧ୍ୟରେ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଭାରତରେ ସର୍ବାଧିକ ୩୯ ପ୍ରତିଶତ ଲୋକ ଲାଞ୍ଚ ଦେଉଥିବାବେଳେ ୪୬ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି।
      ସରକାରୀ ସେବାରେ ଲାଞ୍ଚ କାରବାର ଭାରତରେ ପ୍ଲେଗ୍‌ ଭଳି ବ୍ୟାପିଛି। ମନ୍ଥର ତଥା ଜଟିଳ ପ୍ରଶାସନିକ ପ୍ରକ୍ରିୟା, ଅନାବଶ୍ୟକ ନାଲିଫିତା ସଂସ୍କୃତି, ଅସ୍ପଷ୍ଟ ନିୟାମକ ଢାଞ୍ଚା ଯୋଗୁ ନାଗରିକମାନେ ମୌଳିକ ସେବା ପାଇବା ପାଇଁ ବିକଳ୍ପ ସମାଧାନ ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେମାନେ ଦୁର୍ନୀତିର ଆଶ୍ରୟ ନେଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ତେଣୁ ସରକାରୀ ସେବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ସରକାର ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିବା ସହ ଲାଞ୍ଚ ଓ ପ୍ରିୟାପ୍ରୀତି ତୋଷଣ ରୋକିବା ଲାଗି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଜରୁରୀ ସେବା ଯେପରି ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚତ୍ପାରିବ ସେଥିପାଇଁ ୟୁଜର-ଫ୍ରେଣ୍ଡଲି ଅନ୍‌ଲାଇନ ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିବାକୁ ରିପୋର୍ଟରେ କୁହାଯାଇଛି।
ସର୍ବାଧିକ ଲାଞ୍ଚ କାରବାରରେ ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କାମ୍ବୋଡ଼ିଆ। ସେଠାରେ ୩୭ ପ୍ରତିଶତ ଲୋକ ଲାଞ୍ଚ ଦେଇଥାନ୍ତି। ସେହିପରି ୩୦ ପ୍ରତିଶତ ଲାଞ୍ଚ କାରବାର ସହ ଇଣ୍ଡୋନେସିଆ ତୃତୀୟ ସ୍ଥାନରେ ରହିଛି। ତେବେ ମାଳଦ୍ୱୀପ ଓ ଜାପାନରେ ସର୍ବନିମ୍ନ ୨ ପ୍ରତିଶତ ଲାଞ୍ଚ ଦେଉଥିବାବେଳେ ଦକ୍ଷିଣ କୋରିଆରେ ୧୦ ପ୍ରତିଶତ ଓ ନେପାଳରେ ୧୨ ପ୍ରତିଶତ ଲାଞ୍ଚ ଦେଇଥାନ୍ତି।
    ଭାରତ ସମେତ ମାଲେସିଆ,ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଆଦି ଦେଶରେ ଯୌନ ସମ୍ପର୍କ ନାଁରେ ବ୍ଲାକ୍‌ମେଲ୍‌ କରି ଅର୍ଥ ଆଦାୟ କରିବା ଘଟଣା ଅଧିକ। ଏହା ମଧ୍ୟ ଏକ ଦୁର୍ନୀତି। ଭାରତରେ ସରକାରୀ ଦୁର୍ନୀତି ବଡ଼ ସମସ୍ୟା ବୋଲି ୮୯ ପ୍ରତିଶତ ଭାବୁଥିବାବେଳେ ୧୮ ପ୍ରତିଶତ ଭୋଟ ପାଇଁ ଲାଞ୍ଚ ଦେଇଥାନ୍ତି। ୧୧ ପ୍ରତିଶତ ଯୌନ ବ୍ଲାକ୍‌ମେଲ୍‌ ବା ସେକ୍ସଟୋର୍ଶନର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଜିସିବି ପକ୍ଷରୁ ୧୭ ଦେଶର ପ୍ରାୟ ୨୦ ହଜାର ନାଗରିକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri