Categories: ଜାତୀୟ

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ,୨ ।୧: ସାରା ବିଶ୍ୱରେ କରୋନା ଓ ଓମିକ୍ରନ୍ ଭାରିଏଣ୍ଟ ତାଣ୍ଡବ ରଚୁଥିବା ବେଳେ ଏବେ ଆଫଗାନିସ୍ତାନକୁ ସହାୟତାର ହାତ ବଢାଇଛି ଭାରତ । ଭାରତ ଆଫଗାନିସ୍ତାନକୁ କୋଭିଡ ୧୯ ଭ୍ୟାକ୍ସିନର ୫ଲକ୍ଷ ଡୋଜ ପଠାଇଛି । ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଣ୍ଟି କରୋନା ଭ୍ୟାକ୍ସିନର ୫ ଲକ୍ଷ ଡୋଜ ମାନବୀୟ ସହାୟତା ଭାବେ ପଠାଇଛି ଭାରତ । କୋଭାକ୍ସିନର ୫ ଲକ୍ଷ ଡୋଜ ଇନ୍ଦିରାଗାନ୍ଧୀ ହସ୍ପିଟାଲ କାବୁଲକୁ ପଠାଯାଇଛି । ଭାରତୀର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ମାନବୀୟ ସହାୟତା ଆଧାରରେ ଏହା ପଠାଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଆଉ ୫ ଲକ୍ଷ ଡୋଜ ଭ୍ୟାକ୍ସିନ ଆଫଗାନିସ୍ତାନକୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଫଳରେ କରୋନାରେ କଳବଲ ହେଉଥିବା ଆଫଗାନିସ୍ତାନକୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

Share