Categories: ଜାତୀୟ

ବର୍ଷକରେ ୯୬୫ ଥର ଥରିଛି ଭାରତ

ନୂଆଦିଲ୍ଲୀ,୧୩।୨: ଦେଶରେ ଗତବର୍ଷ ୯୬୫ ଥର ଭୂକମ୍ପ ଘଟିଛି। ପ୍ରତିଦିନ ହାରାହାରି ୩ ଥର ଭୂକମ୍ପ ହୋଇଥିବା ନେଇ ବିଜ୍ଞାନ ଜ୍ଞାନକୌଶଳ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଫେବୃୟାରୀ ୫ରେ ଲୋକ ସଭାରେ ଉତ୍ତର ରଖିଥିଲେ। ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ଏହା ଘଟିଥିବା ସେ କହିଥିଲେ। ସେଥିମଧ୍ୟରୁ ଦିଲ୍ଲୀ ଏନ୍‌ସିଆର୍‌ରେ ୧୩ ଥର ଭୂକମ୍ପ ହୋଇଛି। ଘଟିଥିବା ସମସ୍ତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩ ଅବା ଏହାଠାରୁ ଅଧିକ ରହିଛି। ଭୋଲକାନୋ ଡିସକଭରି ଡଟ୍‌ କମ୍‌ ଅନୁସାରେ ଗତ ବର୍ଷ ୬ ତୀବ୍ରତାଯୁକ୍ତ ୨ ଥର ଭୂକମ୍ପ ଅନୁଭୁତ ହୋଇଛି। ସେହିପରି ୫ରୁ ୬ ତୀବ୍ରତାଯୁକ୍ତ ୨୫ ଭୂକମ୍ପ ହୋଇଛି। ଅପରପକ୍ଷରେ ୪ରୁ ୫ ତୀବ୍ରତାଯୁକ୍ତ ୩୫୫ ଥର ଭୂକମ୍ପ ଘଟିଛି। ସେହିପରି ୩ରୁ ୪ ତୀବ୍ରତାଯୁକ୍ତ ୩୮୮ ଏବଂ ୨ରୁ ୩ ତୀବ୍ରତାଯୁକ୍ତ ୧୦୮ ଥର ଭୂକମ୍ପ ହୋଇଛି। ଭାରତରେ ଭୂକମ୍ପ ହେବା ଘଟଣା ବଢୁଥିବାରୁ ଭୂବିଜ୍ଞାନୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।

Share