ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ ମରୁଛନ୍ତି, ଅନ୍ୟ ପଟେ ଭାରତ ଚନ୍ଦ୍ରରେ ପହଞ୍ଚିଛି। ପାକିସ୍ତାନର ରାଜନୈତିକ ଦଳ ମୁତାହିଦା କୌମି ଆନ୍ଦୋଳନ ପାକିସ୍ତାନ (MQM-P) ର ସାଂସଦ ସୟଦ ମୁସ୍ତାଫା କମଲ ସଂସଦରେ ଭାଷଣ ଜରିଆରେ ଦେଶର ସରକାରଙ୍କୁ ଏକ ଦର୍ପଣ ଦେଖାଇଥିଲେ।
ପାକିସ୍ତାନୀ ସାଂସଦ କହିଛନ୍ତି, ଆଜି ଯେତେବେଳେ ପୃଥିବୀ ଚନ୍ଦ୍ର ଆଡକୁ ଗତି କରୁଛି, ସେତେବେଳେ ଆମ ପିଲାମାନେ କରାଚିରେ ଖାଲରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ଆମର ଟିଭି ପରଦାରେ ଖବର ଦେଖୁ ଯେ ଭାରତ ଚନ୍ଦ୍ରରେ ପହଞ୍ଚିଛି ଏବଂ ମାତ୍ର ଦୁଇ ସେକେଣ୍ଡ ପରେ ଖବର ଆସିଛି ଯେ କରାଚିରେ ଏକ ଖୋଲା ଗାତରେ ପଡ଼ିଯିବା ପରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। କରାଚି ହେଉଛି ପାକିସ୍ତାନର ରାଜସ୍ବ ଇଞ୍ଜିନ। ଦେଶରେ ଦୁଇଟି ବନ୍ଦର ଅଛି ଏବଂ ଉଭୟ କରାଚିରେ ଅଛି। ଏହା ହେଉଛି ଦେଶର ଦ୍ୱାର। କରାଚି ୧୫ ବର୍ଷ ହେଉ ମଧୁର ଜଳ ପାଇନାହିଁ, ଯେତେବେଳେ ବି ପାଣି ଆସେ, ଏହାକୁ ଟ୍ୟାଙ୍କର୍‌ ମାଫିଆ ଦ୍ୱାରା ଧରାଯାଏ।
ଏକ ରିପୋର୍ଟକୁ ଦର୍ଶାଇ ସୟଦ ମୁସ୍ତାଫା କମଲ କହିଛନ୍ତି, ପ୍ରାୟ ୭୦ ଲକ୍ଷ ପିଲା ସିନ୍ଧ ପ୍ରଦେଶରେ ସ୍କୁଲ ଯାଉନାହାଁନ୍ତି ଏବଂ ଜାତୀୟ ସ୍ତରରେ ଏହି ସଂଖ୍ୟା ପ୍ରାୟ ୨.୬ କୋଟି। କରାଚି ହେଉଛି ସିନ୍ଧ ପ୍ରଦେଶର ରାଜଧାନୀ। ଆମର ମୋଟ ୪୮ ହଜାର ବିଦ୍ୟାଳୟ ଅଛି, କିନ୍ତୁ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏଥି ମଧ୍ୟରୁ ୧୧ ହଜାର ବିଦ୍ୟାଳୟ ଖାଲି ପଡିଛି। ଦେଶରେ ୨.୬୨ କୋଟି ପିଲା ସ୍କୁଲ ଯିବାକୁ ସକ୍ଷମ ନୁହଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri