Posted inଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କରେ ପାକିସ୍ତାନ-ନେପାଳ-ଶ୍ରୀଲଙ୍କା-ବାଂଲାଦେଶଠାରୁ ପଛରେ ପଡ଼ିଲା ଭାରତ, ୧୦୭ ସ୍ଥାନରେ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ଏହି ସୂଚକାଙ୍କରେ ଭାରତକୁ ପଛରେ ପକାଇ ଦେଇଛନ୍ତି।

କ୍ଷୁଧା ଏବଂ ପୁଷ୍ଟିହୀନତାକୁ ଟ୍ରାକ କରୁଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟ ଶନିବାର ରିପୋର୍ଟ କରିଛି ଯେ ଚାଇନା, ତୁର୍କୀ ଏବଂ କୁଏତ ସମେତ ୧୭ ଟି ଦେଶର ସ୍କୋର ୫ ରୁ କମ ରହିଛି। ସେସବୁ ଦେଶ ତାଲିକାରେ ଶୀର୍ଷରେ ରହିଛନ୍ତି।

ଆଇରିଶ୍‌ ସହାୟତା ଏଜେନ୍ସି କନର୍ନ ୱାଲର୍‌ଡଓ୍ବାଇର୍ଡ ଏବଂ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ହିଲ୍ଫ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତରେ କ୍ଷୁଧା ସ୍ତର ଗୁରୁତର ବୋଲି ବର୍ଣ୍ଣନା କରାଯାଇଛି।
୨୦୨୧ ମସିହାରେ, ୧୧୬ ଦେଶ ତାଲିକାରେ ଭାରତ ୧୦୧ ରେ ସ୍ଥାନ ପାଇଥିଲା। କିନ୍ତୁ ଚଳିତ ୨୦୨୨ରେ ଭାରତ ୧୨୧ ଦେଶ ତାଲିକାରେ ୬ଟି ପଏଣ୍ଟ ହ୍ରାସ କରି ୧୦୭ ନମ୍ବର ସ୍ଥାନରେ ରହିଛି। ଏହା ସହିତ ଭାରତର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ) ସ୍କୋର ମଧ୍ୟ ହ୍ରାସ ପାଇଛି। ୨୦୦୦ରେ ଏହା ୩୮.୮ଥିଲା। ୨୦୧୪ରୁ ୨୦୨୨ ମଧ୍ୟରେ ଏହା ୨୮.୨ରୁ ୨୯.୧ ମଧ୍ୟରେ ପହଞ୍ଚିଛି।

ଭାରତର ମାନ୍ୟତା ହ୍ରାସ ପାଇବା ପରେ ସରକାର ଗତ ବର୍ଷ ଏହି ରିପୋର୍ଟକୁ ସମାଲୋଚନା କରି କହିଥିଲେ ଯେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସକୁ ହିସାବ ପାଇଁ ବ୍ୟବହୃତ ପଦ୍ଧତି ଅବୈଜ୍ଞାନିକ ଅଟେ।

ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ ସ୍ଥାନରେ, ନେପାଳ ୮୧, ବାଂଲାଦେଶ ୮୪ଏବଂ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆରେ କେବଳ ଆଫଗାନିସ୍ତାନ ଭାରତ ପଛରେ ରହିଛି। ଏହି ସୂଚକାଙ୍କରେ ଆଫଗାନିସ୍ତାନ ୧୦୯ ସ୍ଥାନରେ ଅଛି। ସୂଚନାଯୋଗ୍ୟ ଯେ ସୁଦାନ, ଇଥୋପିଆ, ରୁୱାଣ୍ଡା, ନାଇଜେରିଆ, କେନିଆ, ଗାମ୍ବିଆ, ନାମ୍ବିଆ, କାମ୍ବୋଡିଆ, ମ୍ୟାନମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଏବଂ ଜାମାଇକା ଭଳି ଦେଶ ମଧ୍ୟ ଏହି ସୂଚକାଙ୍କରେ ଭାରତଠାରୁ ବହୁ ଉଚ୍ଚ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri