Posted inଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କରେ ପାକିସ୍ତାନ-ନେପାଳ-ଶ୍ରୀଲଙ୍କା-ବାଂଲାଦେଶଠାରୁ ପଛରେ ପଡ଼ିଲା ଭାରତ, ୧୦୭ ସ୍ଥାନରେ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ଏହି ସୂଚକାଙ୍କରେ ଭାରତକୁ ପଛରେ ପକାଇ ଦେଇଛନ୍ତି।

କ୍ଷୁଧା ଏବଂ ପୁଷ୍ଟିହୀନତାକୁ ଟ୍ରାକ କରୁଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟ ଶନିବାର ରିପୋର୍ଟ କରିଛି ଯେ ଚାଇନା, ତୁର୍କୀ ଏବଂ କୁଏତ ସମେତ ୧୭ ଟି ଦେଶର ସ୍କୋର ୫ ରୁ କମ ରହିଛି। ସେସବୁ ଦେଶ ତାଲିକାରେ ଶୀର୍ଷରେ ରହିଛନ୍ତି।

ଆଇରିଶ୍‌ ସହାୟତା ଏଜେନ୍ସି କନର୍ନ ୱାଲର୍‌ଡଓ୍ବାଇର୍ଡ ଏବଂ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ହିଲ୍ଫ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତରେ କ୍ଷୁଧା ସ୍ତର ଗୁରୁତର ବୋଲି ବର୍ଣ୍ଣନା କରାଯାଇଛି।
୨୦୨୧ ମସିହାରେ, ୧୧୬ ଦେଶ ତାଲିକାରେ ଭାରତ ୧୦୧ ରେ ସ୍ଥାନ ପାଇଥିଲା। କିନ୍ତୁ ଚଳିତ ୨୦୨୨ରେ ଭାରତ ୧୨୧ ଦେଶ ତାଲିକାରେ ୬ଟି ପଏଣ୍ଟ ହ୍ରାସ କରି ୧୦୭ ନମ୍ବର ସ୍ଥାନରେ ରହିଛି। ଏହା ସହିତ ଭାରତର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ) ସ୍କୋର ମଧ୍ୟ ହ୍ରାସ ପାଇଛି। ୨୦୦୦ରେ ଏହା ୩୮.୮ଥିଲା। ୨୦୧୪ରୁ ୨୦୨୨ ମଧ୍ୟରେ ଏହା ୨୮.୨ରୁ ୨୯.୧ ମଧ୍ୟରେ ପହଞ୍ଚିଛି।

ଭାରତର ମାନ୍ୟତା ହ୍ରାସ ପାଇବା ପରେ ସରକାର ଗତ ବର୍ଷ ଏହି ରିପୋର୍ଟକୁ ସମାଲୋଚନା କରି କହିଥିଲେ ଯେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସକୁ ହିସାବ ପାଇଁ ବ୍ୟବହୃତ ପଦ୍ଧତି ଅବୈଜ୍ଞାନିକ ଅଟେ।

ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ ସ୍ଥାନରେ, ନେପାଳ ୮୧, ବାଂଲାଦେଶ ୮୪ଏବଂ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆରେ କେବଳ ଆଫଗାନିସ୍ତାନ ଭାରତ ପଛରେ ରହିଛି। ଏହି ସୂଚକାଙ୍କରେ ଆଫଗାନିସ୍ତାନ ୧୦୯ ସ୍ଥାନରେ ଅଛି। ସୂଚନାଯୋଗ୍ୟ ଯେ ସୁଦାନ, ଇଥୋପିଆ, ରୁୱାଣ୍ଡା, ନାଇଜେରିଆ, କେନିଆ, ଗାମ୍ବିଆ, ନାମ୍ବିଆ, କାମ୍ବୋଡିଆ, ମ୍ୟାନମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଏବଂ ଜାମାଇକା ଭଳି ଦେଶ ମଧ୍ୟ ଏହି ସୂଚକାଙ୍କରେ ଭାରତଠାରୁ ବହୁ ଉଚ୍ଚ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri