Categories: ଜାତୀୟ

ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌କୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ,୩୦ା୬: ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍‌ଗୁଡ଼ିକରେ ଗୋପନୀୟତା ସମେତ ଅନ୍ୟାନ୍ୟ ତଥ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା। ଚାଇନା ଓ ଆମେରିକା ପରେ ଭାରତରେ ଟିକ୍‌ଟକ୍‌ର ସର୍ବାଧିକ ବ୍ୟବହାରକାରୀ ଅଛନ୍ତି। ଟିକ୍‌ଟକ୍‌ର ମୋଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୦ କୋଟି ଟପିଥିବାବେଳେ ଭାରତରେ ୬୧.୧ କୋଟି ୟୁଜର ଥିବା ଜଣାପଡ଼ିଛି। ଟିକ୍‌ଟକ୍‌ ବ୍ୟତୀତ ଅନ୍ୟ ଯେଉଁ ଚାଇନା ଆପ୍‌ ବ୍ୟାନ ହୋଇଛି, ସେଗୁଡ଼ିକ ମଧ୍ୟରେ ରହିଛି ଶେୟାର୍‌ଇଟ, ଜେଣ୍ଡର, କଓ୍ବୋଇ, ୟୁସି ବ୍ରାଉଜର, ଶିନ୍‌, କ୍ଲାସ୍‌ ଅଫ୍‌ କିଙ୍ଗ୍‌ସ, ଡିୟୁ ବ୍ୟାଟେରି ସେଭର, ହେଲୋ, ଲାଇକି, ୟୁକ୍ୟାମ୍‌ ମେକ୍‌ଅପ୍‌, ମି କମ୍ୟୁନିଟି, ସିଏମ୍‌ ବ୍ରାଉଜର୍ସ, ଭାଇରସ କ୍ଲିନର, କ୍ଲବ୍‌ ଫ୍ୟାକ୍ଟ୍ରି, ନ୍ୟୁଜ୍‌ଡଗ୍‌, ବିଉଟି ପ୍ଲସ୍‌, ଓ୍ବି ଚାଟ୍‌, ୟୁସି ନ୍ୟୁଜ, କ୍ୟୁକ୍ୟୁ ମେଲ୍‌, ଓ୍ବିବୋ, ବିଗୋ ଲାଇଭ, ସେଲ୍‌ଫିସିଟି, ମେଲ୍‌ ମାଷ୍ଟର, ପାରାଲାଲ୍‌ ସ୍ପେସ୍‌, ଭିଗୋ ଭିଡିଓ ପ୍ରମୁଖ।

Share