Categories: ଖେଳ

ଭାରତକୁ ମିଳିଲା ଡବଲ୍‌ ଖୁସି: ରୋହିତ୍‌ ବ୍ରିଗେଡ କଲେ ବଡ଼ କମାଲ

ନୂଆଦିଲ୍ଲୀ,୨୭।୨: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ ୨୦୨୩-୨୫ରେ ଉପରକୁ ଉଠିଛି। ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ ରୋହିତ ବ୍ରିଗେଡ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୩-୨୫ଟେଷ୍ଟ ଚାମ୍ପିଅନସିପ ଚକ୍ରରେ ଏହା ଭାରତର ପଞ୍ଚମ ବିଜୟ ଥିଲା। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ୮ଟି ଟେଷ୍ଟ ଖେଳିଛି। ଏଥିରେ ୨ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଇଂଲଣ୍ଡ ବିକ୍ଷ ସିରିଜ୍‌ ବିଜୟ ଏବଂ ପଏଣ୍ଟ ଟେବୁଲରେ ଉପରକୁ ଉଠିବା ଭାରତକୁ ଡବଲ୍‌ ଖୁସି ମିଳିଛି।
ରାଞ୍ଚିରେ ବିଜୟ ସହିତ ଭାରତର ବିଜୟ ହାର ୬୪.୫୮ କୁ ବୃଦ୍ଧି ପାଇଛି। ଟେବୁଲରେ ଥିବାବେଳେ ନ୍ୟୁଜିଲାଣ୍ଡ ୭୫ ପ୍ରତିଶତ ବିଜୟ ସହ ଶୀର୍ଷ ସ୍ଥାନରେ ରହିଛି। ୫୫.୦୦ ପ୍ରତିଶତ ବିଜୟ ସହ ଅଷ୍ଟ୍ରେଲିଆ ଭାରତଠାରୁ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ବାଂଲାଦେଶ ଚତୁର୍ଥ ସ୍ଥାନରେ ୫୦ ପ୍ରତିଶତ ଏବଂ ପାକିସ୍ତାନ ୩୬.୬୬ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ର ଦୁଇଟି ଚକ୍ର ସମାପ୍ତ ହୋଇଛି ଏବଂ ଏଥର ତୃତୀୟ ଚକ୍ର (୨୦୨୩-୨୫) ଚାଲିଛ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ଉଭୟ ଚକ୍ରରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ମ୍ୟାଚ ଖେଳିଛି।

Share