Categories: ଖେଳ

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୧ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା। ବାଂଲାଦେଶ ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ମନ୍ଥର ଓଭର ହାର ପାଇଁ ଟିମ ଇଣ୍ଡିଆକୁ ମ୍ୟାଚ ଫିର ୮୦ ପ୍ରତିଶତ ଜୋରିମନା କରାଯାଇଛି।
ଆଇସିସି ଏଲିଟ ପ୍ୟାନେଲ ଅଫ ମ୍ୟାଚ ରେଫରିର ରଞ୍ଜନ ମଧୁଗଲେ ଧାର୍ଯ୍ୟ ସମୟକୁ ଧ୍ୟାନରେ ରଖି ଭାରତକୁ ଟାର୍ଗେଟରୁ ୪ ଓଭର କମ ବୋଲି ବିଚାର କରିଛନ୍ତି। ଖେଳାଳି ଏବଂ ଦଳର ସହାୟକ କର୍ମଚାରୀଙ୍କ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଜୋରିମନା କରିଥିଲେ।
ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଟସ ଜିତି ଟିମ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଟିମ ଇଣ୍ଡିଆର ବ୍ୟାଟିଂ ଏକ ସମ୍ପୂର୍ଣ୍ଣ ଫ୍ଲପ ଥିଲା ଏବଂ ୪୧.୨ ଓଭରରେ ୧୮୬ ରନ ସ୍କୋର କରି ଅଲଆଉଟ୍‌ ହୋଇଥିଲା। ଏହି ଟାର୍ଗେଟକୁ ପିଛା କରି ବାଂଲାଦେଶ ଏକଦା ୧୩୬ ରନ ୯ ଉଇକେଟ ହରାଇଥିଲା, କିନ୍ତୁ ଦଶମ ଉଇକେଟ ପାଇଁ ମେହିଦି ହାସନ ମିରାଜ ଏବଂ ମୁସ୍ତାଫିଜୁର ରହମାନ ଅର୍ଦ୍ଧଶତକୀୟର ଭାଗିଦାରୀ କରି ଟିମ ଇଣ୍ଡିଆଠରୁ ବିଜୟ ଛଡ଼ାଇ ନେଇଥିଲେ। ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୭ ଡିସେମ୍ବରରେ ଖେଳାଯିବ।

Share