Categories: ଜାତୀୟ

ନେପାଳକୁ ୭୫ ଆମ୍ବୁଲାନ୍ସ, ୧୭ ସ୍କୁଲ ବସ୍‌ ଉପହାର ଦେଲା ଭାରତ

ନୂଆଦିଲ୍ଳୀ,୩।୭: ଭାରତ ସରକାରଙ୍କ ପକ୍ଷରୁ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍‌ ପଡ଼ୋଶୀ ଦେଶ ନେପାଳକୁ ଉପହାର ପ୍ରଦାନ କରାଯାଇଛି। ନେପାଳରେ ନବନିଯୁକ୍ତ ଭାରତ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଆମ୍ବୁଲାନ୍ସ ଏବଂ ବସ୍‌ର ଚାବି ନେପାଳ ଶିକ୍ଷାମନ୍ତ୍ରୀ ଦେବେନ୍ଦ୍ର ପଉଦେଲଙ୍କୁ ହସ୍ତାନ୍ତର କରିଛନ୍ତି।

ଭାରତ ପକ୍ଷରୁ ଦିଆଯାଇଥିବା ଉପହାର ନେପାଳର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବା ସହ ଦୁଇ ରାଷ୍ଟ୍ରର ସମ୍ପର୍କକୁ ମଜଭୁତ କରିବ ବୋଲି ଭାରତ ରାଷ୍ଟ୍ରଦୂତ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି। ଭାରତ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଏହି ଉପହାର ପ୍ରଦାନ କରିଥିବା ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଗତବର୍ଷ କରୋନା ମହାମାରୀ ସମୟରେ ଭାରତ ନେପାଳକୁ ୩୯ ଆମ୍ବୁଲାନ୍ସ ଏବଂ ଭେଣ୍ଟିଲେଟର ସହାୟତା ଦେଇଥିଲା।

Share