Categories: ଜାତୀୟ

ମାନିନେଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ,୧୬।୭: ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଦ୍ୱିତୀୟ କନସୁଲାର ଆକ୍ସେସ ଦେକାବୁ ଶେଷରେ ରାଜି ହୋଇଛନ୍ତି ପାକିସ୍ତାନ ସରକାର। କୁଳଭୂଷଣଙ୍କ ମାମଲାରେ ଭାରତ ଯୁକ୍ତି ବିହିନ କନ୍‌ସୁଲାରର ଆକ୍ସେସ ପାକିସ୍ତାନଠାରୁ ଚାହୁଁଥିଲା। ଆଉ ଶେଷରେ ଏହାକୁ ପାକିସ୍ତାନ ସରକାର ମାନି ନେଇଛନ୍ତି। ଏବେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ୨ ଅଧିକାରୀ ଯାଦବଙ୍କ ପାଖରେ ପହଞ୍ଚିବାକୁ ଅନୁମତି ମିଳିବ। ଇଣ୍ଟର ନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିଶ(ଆଇସିଜେ)ରେ ରିଭ୍ୟୁ ପିଟିଶନ ଦାଖଲ କରିବା ପୂର୍ବରୁ ଭାରତ ପାକିସ୍ତାନ ପାଖରୁ ଦ୍ୱିତୀୟ କନସୁଲାର ଆକ୍ସେସ ମାଗିଥିଲା। ହେଲେ ଯାଦବଙ୍କ ସହ ଏକେଲା ସାକ୍ଷାତ କରିବାର ଆବେଦନକୁ ପାକିସ୍ତାନ ଅଗ୍ରାହ୍ୟ କରିଦେଇଛି। ଏବେ ଦୁଇ ଜଣ ଅଧିକାରୀ ଯାଦବଙ୍କ ନିକଟକୁ ଯିବାକୁ ଅନୁମତି ପ୍ରଦାନ କରିଛି।

Share