Categories: ଖେଳ

ଭାରତକୁ ମିଳିଗଲା ନୂଆ ‘ଓ୍ବାଲ୍‌’

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ । ତିନି ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ ହରାଇଛି। ତେବେ ଭାରତୀୟ ଦଳର ବିଜୟ ବଡ ଭୂମିକା ନିଭାଇଥିଲେ ଗୋଲକିପର ସବିତା ପୁନିଆ। ସବିତା ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ୱାଲ (କାନ୍ଥ) ଭଳି ଛିଡା ହୋଇ ଟିମକୁ ବିଜୟୀ କରାଇଥିଲେ। ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ୭ଟି ପେନାଲ୍ଟି କର୍ଣ୍ଣରକୁ ସବିତା ଏକାକୀ ରୋକିବାରେ ସଫଳ ହୋଇଥିଲେ। ସେହିପରି ସେ ଦୁଇଟି ନିଶ୍ଚିତ ଫିଲ୍ଡ ଗୋଲ ରୋକି ଅଷ୍ଟ୍ରେଲିଆକୁ ଗୋଟିଏ ବି ଗୋଲ କରିବାକୁ ଦେଇ ନ ଥିଲେ ଭାରତୀୟ ଦଳ। ସବିତାଙ୍କ ଏହି ପ୍ରଦର୍ଶନ ପାଇଁ ହକି ଇଣ୍ଡିଆ ଟୁଇଟ୍‌ କରି ତାଙ୍କୁ ଭାରତର ନୂଆ ୱାଲ ଆଖ୍ୟା ଦେଇଛି।

Share