Categories: ଖେଳ

ଭାରତ-ଜର୍ମାନୀ ସେମିଫାଇନାଲ

ରାଞ୍ଚତ୍, ୧୭ା୧ (ପି.ଟି.): ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ଇଟାଲୀକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଉଦିତା ଦୁହାନ (୧ମ ଓ ୫୫ତମ ମିନିଟ) ବ୍ୟକ୍ତିଗତ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଦୀପିକା (୪୧ତମ)ସଲିମା ଟେଟେ (୪୫ତମ) ଓ ନବନୀତ କୌର (୫୩ତମ) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।
ଖେଳର ଅନ୍ତିମ କ୍ଷଣରେ ଇଟାଲୀର କାମିଲା ମ୍ୟାଚିନ ଦଳ ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଥିଲେ।
ଇଦିତାଙ୍କର ଏହା ଥିଲା ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ମଙ୍ଗଳବାର ଏହି ବିଜୟ ଦ୍ୱାରା ପୁଲ୍‌ ‘ବି’ରେ ତିନୋଟି ଗେମ୍‌ରୁ ୨ଟିରେ ବିଜୟ ଲାଭ କରି ଅପରାଜିତ ରହିଥିବା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହିତ ଦଳ ପ୍ୟାରିସ ଗେମ୍ସ ଟିକେଟ ନିକଟତର ହୋଇଛି। ଗୁରୁବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଭାରତ ପୁଲ୍‌ ‘ଏ’ ଟପର ଜର୍ମାନୀ ସହିତ ମୁକାବିଲା କରିବାକୁ ଥିବା ବେଳେ ୟୁଏସ୍‌ଏ ଜାପାନକୁ ଭେଟିବ। ଶ୍ରେଷ୍ଠ ୩ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ୟୁଏସ୍‌ଏ, ଜାପାନ ଓ ଜର୍ମାନୀ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଅଲ୍‌ ଓ୍ବିନ ରେକର୍ଡ ସହ ଏହି ପର୍ଯ୍ୟାୟରେ ପହଞ୍ଚତ୍ଛି। ମଙ୍ଗଳବାର ଏହି ଦଳ ୧-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଖେଳର ୧୭ତମ ମିନିଟ୍‌ରେ ଏଲିଜାବେ୍‌ ୟିଆଗର ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରି ତାଙ୍କ ଦଳକୁ ଜିତାଇଥିଲେ। ସେହିପରି ଚିଲି ବିପକ୍ଷରେ ୨-୦ ଗୋଲ୍‌ରେ ବିଜୟ ହାସଲ କରି ଜାପାନ ଅନ୍ୟତମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୁଲ୍‌ ‘ଏ’ରେ ଜାପାନ ୩ଟି ଗେମ୍‌ରୁ ୭ ପଏଣ୍ଟ ଅର୍ଜନ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ବିଶ୍ୱର ୫ ନମ୍ବର ଦଳ ଜର୍ମାନୀ ଯଦିଓ ସମାନ ୭ ପଏଣ୍ଟ ଅର୍ଜନ କରିଥିଲା ଗୋଲ୍‌ ବ୍ୟବଧାନ ଦୃଷ୍ଟିରୁ ଦଳ ପୁଲ୍‌ ଏ’ର ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ସୋଞ୍ଜା ଜିମରମାନଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ସହାୟତାରେ ଜର୍ମାନୀ ୧୦-୦ ଗୋଲ୍‌ରେ ଚେକ୍‌ ରିପବ୍ଲିକକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଜେଟ୍‌ ଫ୍ଲେସ୍‌କଜ୍‌ ଓ ଚାର୍ଲୋଟ ଷ୍ଟାପେନ୍‌ ହର୍ଷ୍ଟ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ନାଇକ ୍‌ଲୋରେଞ୍ଜ, ପଲିନ୍‌ ହିଞ୍ଜ ଓ ସେଲିନ୍‌ ଓରୁଜ୍‌ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

Share