ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି କରୋନା ଚିନ୍ତାର କାରଣ ପାଲଟିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଦେଶର ପ୍ରଥମ କରୋନା ସଂକ୍ରମିତ ଏଥର ପୁଣିଥରେ କରୋନାରେ ସଂକ୍ରମିତ ହୋଇଯାଇଛନ୍ତି । କେରଳର ତ୍ରିସୂରରେ ରହୁଥିବା ଏହି ମେଡିକାଲ ଛାତ୍ରୀ ଜଣକ ୩୦ ଜାନୁୟାରୀ ୨୦୨୦ରେ ଉହାନରୁ କେରଳ ଫେରିଥିଲେ । ଏହାପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛିଦିନ ପରେ କରୋନାରୁ ଠିକ୍ ହୋଇ ସେ ଘରକୁ ଫେରିଥିଲେ । ଏଥର ତାଙ୍କର ଚିକିତ୍ସା ଘରେ ଚାଲିଛି । ତ୍ରିସୂର ମେଡିକାଲ ଅଫିସର ଡା. କେଜେ ରିନା କହିଛନ୍ତି ଉକ୍ତ ମେଡିକାଲ ଷ୍ଟୁଡେଣ୍ଟ ପୁଣିଥରେ କରୋନାରେ ସଂକ୍ରମିତ ହେବା ପରେ ଏବେ ତାଙ୍କୁ ଘରେ ରଖି ଚିକିତ୍ସା କରାଯାଉଛି ।

Share