Posted inଜାତୀୟ

ଭାରତ ମୁହାଁ ଚାଇନା ରହସ୍ୟମୟୀ ରୋଗ! ୨ ରୋଗୀଙ୍କଠାରେ ଦେଖାଗଲା ଲକ୍ଷଣ

ଡେରାଡୁନ,୩୦।୧୧: ଚାଇନାରେ ବ୍ୟାପିଥିବା ରହସ୍ୟମୟୀ ରୋଗ ଏବେ ଭାରତ ମୁହାଁ ହୋଇଥିବା ଦାବି କରାଯାଉଛି। ଉତ୍ତରାଖଣ୍ଡର ବାଗେଶ୍ୱରର ଦୁଇ ପିଲାଙ୍କଠାରେ ସ୍ବାଇନ୍‌ ଫ୍ଲୁ ପରି ଲକ୍ଷଣ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଉଭୟଙ୍କ ନମୁନା ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଯାଇଛି ଏବଂ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯାଞ୍ଚ ରିପୋର୍ଟ ୪ ରୁ ୫ ଦିନ ମଧ୍ୟରେ ଆସିବ। ଅନୁସନ୍ଧାନ ରିପୋର୍ଟ ବାହାରକୁ ଆସିବା ପରେ ହିଁ ସବୁକିଛି ଜଣାପଡିବ। ସ୍ବାସ୍ଥ୍ୟ ବିଭାଗ ଏହି ବିଷୟରେ ସମ୍ପୂର୍ଣ୍ଣ ସତର୍କ ଥିବା ଜଣାପଡିଛି। ଚାଇନା ରୋଗକୂ ନେଇ ଉତ୍ତରାଖଣ୍ଡରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିବା ପରେ ସବୁକିଛି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ସୂଚନାଯୋଗ୍ୟ,ଚାଇନାରେ ଶିଶୁମାନଙ୍କୁ ବହୁଳ ଭାବେ ନିମୋନିଆ ସଂକ୍ରମଣ କରୁତ୍ଥିବାବେଳେ ଶ୍ୱାସକ୍ରିୟାଜନିତ ରୋଗ ବଢ଼ିଥିବା ବେଜିଂ ସତର୍କ କରାଇଛି। ଜ୍ୱର, ଆଡେନୋ ଭାଇରସ୍‌ ଏବଂ ରେସ୍ପିରେଟୋରି ସିନ୍‌ସିଟିଆଲ ଭାଇରସ୍‌ ଏବେ ମାଇକୋପ୍ଲାଜ୍‌ମାକୁ ଅତିକ୍ରମ କରିଯାଇଥିବା ବେଜିଂର ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ କହିଛନ୍ତି। ରୋଗୀଙ୍କଠାରେ ବାରମ୍ବାର ପାଥୋଜେନ୍‌ ଚିହ୍ନଟ କରାଯାଉଛି। ଟିଆନଜିନ୍‌ ଏବଂ ସାଙ୍ଘାଇରେ ମାଇକୋପ୍ଲାଜ୍‌ମା ପଜିଟିଭ୍‌ ହାର ହ୍ରାସ ପାଉଥିବା ଦେଖାଯାଇଛି। ବିଭିନ୍ନ ରେସ୍ପିରେଟୋରି ପାଥୋଜେନ୍‌ଗୁଡ଼ିକର ସଂକ୍ରମଣ ଯୋଗୁ ଶ୍ୱାସକ୍ରିୟାଜନିତ ରୋଗ ମହାମାରୀ ଭଳି ବ୍ୟାପିବା ଆଶଙ୍କା କରାଯାଇଛି। ଚାଇନାରେ ବହୁସଂଖ୍ୟାରେ ଶିଶୁ ଓ ସ୍କୁଲ୍‌ ଯାଉଥିବା ପିଲା ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ହସ୍ପିଟାଲଗୁଡ଼ିକରେ ରୋଗୀ ରଖିବା ପାଇଁ ଜାଗାର ଅଭାବ ଦେଖାଯାଇଛି। ଏହା କରୋନା ମହାମାରୀ ଭଳି ବ୍ୟାପିବା ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri