Categories: Home Leftଖେଳ

ଭାରତ-ଇଂଲଣ୍ଡ ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଖେଳାଯିବ, କାହିଁକି ଜାଣନ୍ତୁ…

ଲଣ୍ଡନ,୮ା୬: ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତ ବିପକ୍ଷରେ ଖେଳାଯିବାକୁଥିବା ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଅର୍ଥାତ ଭାରତୀୟ ସମୟ ରାତି ୧୦ଟାରୁ କରିବା ଲାଗି ନିଷ୍ପତ୍ତି ନେଇଛି।

ଏହାଦ୍ୱାରା ଉପମହାଦେଶର ଟେଲିଭିଜନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ପୂର୍ବତନ ବିଶ୍ୱକପ୍‌ ବିଜେତାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ଭାରତୀୟ ସମୟ ରାତି ୧୧ଟା (ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା୩୦)ରୁ ଖେଳାଯିବାର ଥିଲା।

ବ୍ରଡକାଷ୍ଟଙ୍କ ସହ ଆଲୋଚନା ପରେ ମ୍ୟାଚ୍‌କୁ ଏକ ଘଣ୍ଟା ଆଗୁଆ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୟୁକେରେ ସ୍କାଏ ସ୍ପୋଟର୍‌ସ ଏବଂ ଭାରତରେ ସୋନି ସ୍ପୋଟର୍‌ସ ନେଟଓ୍ବର୍କ ମ୍ୟାଚର ସିଧା ପ୍ରସାରଣ କରିବ। ଏହି ଟୁର୍‌ ବେଳେ ଭାରତ ଆହୁରି ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଖେଳିବ।

Share