Posted inଖେଳ

ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ, ଇଂଲଣ୍ଡ ପାଇଁ କଷ୍ଟକର ହେବ ମ୍ୟାଚ ଜିତିବା…

ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ରବିଚନ୍ଦ୍ରନ ଅଶ୍ୱିନ ମ୍ୟାଚ ପାଇଁ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି। ଟିମ ଇଣ୍ଡିଆ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ସମସ୍ତ ମ୍ୟାଚ ଜିତିଛି। ତେଣୁ ଇଂଲଣ୍ଡର ଜିତିବା ସହଜ ହେବ ନାହିଁ।

ଟିମ ଇଣ୍ଡିଆ ଶୀର୍ଷ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ କରିବ ନାହିଁ। ରୋହିତ ଶର୍ମାଙ୍କ ସହ ଶୁଭମାନ ଗିଲ ଓପନିଂ କରିିବେ। ବିରାଟ କୋହଲି ୩ ନମ୍ବରରେ ଏବଂ ଶ୍ରେୟାସ ଆୟର ୪ ନମ୍ବରରେ ବ୍ୟାଟିଂ କରିବେ। କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏକ ସୁଯୋଗ ପାଇପାରନ୍ତି। ଆହତ କାରଣରୁ ପାଣ୍ଡ୍ୟା ଏହି ମ୍ୟାଚରୁ ବାହାରେ ଅଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଖେଳିପାରି ନ ଥିଲେ। ଲକ୍ଷ୍ନୌରେ ହେବାକୁ ଥିବା ମ୍ୟାଚ ପାଇଁ ଭାରତ ଅଶ୍ୱିନଙ୍କୁ ଏକ ସୁଯୋଗ ଦେଇପାରେ। ଅଶ୍ୱିନ ଜଣେ ଅଭିଜ୍ଞ ଅଲରାଉଣ୍ଡର ଏବଂ ସ୍ପିନ ବୋଲର ଭାବରେ ମଧ୍ୟ ସଫଳ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୁର୍ଯ୍ୟକୁମାର ଯାଦବଙ୍କୁ ଭାରତ ସୁଯୋଗ ଦେଇଥିଲା। ମାତ୍ର ମାତ୍ର ୨ ରନ ସ୍କୋର କରିବା ପରେ ସେ ଆଉଟ ହୋଇଯାଇଥିଲେ। ତେବେ ସେ ପୁଣି ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରନ୍ତି।

ସୂଚନାଯୋଗ୍ୟ ଇଂଲଣ୍ଡ ଦଳ ପଏଣ୍ଟ ଟେବୁଲର ତଳେ ରହିଛି। ଦଳ ୫ ଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ ଜିତି ୪ ଟି ମ୍ୟାଚ ହାରିଛି। ଲକ୍ଷ୍ନୌରେ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ପାଇଁ ସହଜ ହେବ ନାହିଁ। ଟିମ ଇଣ୍ଡିଆ ଫର୍ମରେ ଅଛି ଏବଂ ଏହାର ସମସ୍ତ ପାଞ୍ଚଟି ମ୍ୟାଚ ଜିତିଛି।

ଭାରତ-ଇଂଲଣ୍ଡ ମ୍ୟାଚ ପାଇଁ ସମ୍ଭାବ୍ୟ ପ୍ଲେଇଙ୍ଗ ୧୧:

ଭାରତ: ରୋହିତ ଶର୍ମା (ଅଧିନାୟକ) ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ଓ୍ବିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ / ମହମ୍ମଦ ସିରାଜ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି।

ଇଂଲଣ୍ଡ: ଡେଭିଡ ମାଲାନ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ ଓ୍ବିକେଟ କିପର), ଲିଆମ ଲିଭିଙ୍ଗଷ୍ଟୋନ / ହ୍ୟାରି ବ୍ରୁକ, ମୋଇନ ଅଲି, ସାମ କୁରାନ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri