Categories: ଜାତୀୟ

ଭାରତ-ଇଜିପ୍ଟ ସାଂସ୍କୃତିକ ସହଯୋଗ ଏମ୍‌ଓୟୁ

ନୂଆଦିଲ୍ଲୀ,୨୮।୧(ପି.ଟି.): ଭାରତ ଓ ଇଜିପ୍ଟ ମଧ୍ୟରେ ସାଂସ୍କୃତିକ ସହଯୋଗ ଲାଗି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଏମ୍‌ଓୟୁ ଅନୁଯାୟୀ ସଙ୍ଗୀତ, ନୃତ୍ୟ, ଥିଏଟର, ଲାଇବ୍ରେରି, ଗବେଷଣା ଓ ଡକ୍ୟୁମେଣ୍ଟେଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉଭୟ ଦେଶରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଡେଲ ଫତାହ ଏଲ୍‌-ସିସିଙ୍କ ଉପସ୍ଥିତିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ଆରବ ରିପବ୍ଲିକ୍‌ ଅଫ୍‌ ଇଜିପ୍ଟର ବହିର୍ବ୍ୟାପାର ମନ୍ତ୍ରୀ ସମେହ ହାସନ ଶୌକ୍ରିଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ସାଂସ୍କୃତିକ ସହଯୋଗ ଜାରି ରଖିବା ନିମନ୍ତେ ୫ ବର୍ଷ ପାଇଁ ଏମ୍‌ଓୟୁ ହୋଇଥିବା ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

Share