ଭାରତରେ ନାରୀ ଶିକ୍ଷାର ବିକାଶ ଚାହାନ୍ତି ଇଣ୍ଡିଆ-ଆର୍ଥ ବିଜୟିନୀ

ଦୁବାଇ, ୨୬ା୧୨: ଚଳିତ ବର୍ଷର ‘ଶ୍ରୀମତୀ ଇଣ୍ଡିଆ-ଆର୍ଥ’ ବିଜୟିନୀ ଡାକ୍ତର ମୋନିକା ଚାଓ୍ବଲା ଭାରତରେ ନାରୀ ଶିକ୍ଷାର ବିକାଶ ଏବଂ ସେମାନଙ୍କ ସଶକ୍ତୀକରଣ ଚାହାନ୍ତି ବୋଲି କହିଛନ୍ତି। ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ଫର୍ଟିଲିଟି ସ୍ପେଶାଲିଷ୍ଟ ଚାଓ୍ବଲା ୧୬ ବର୍ଷ ଧରି ବହୁସଂଖ୍ୟାରେ ମହିଳାଙ୍କ ମା’ ହେବାର ସ୍ବପ୍ନ ପୂରଣ କରିଛନ୍ତି। ଗତ ୧୮ ତାରିଖରେ ସେ ନୂଆଦିଲ୍ଲୀରେ ଆୟୋଜିତ ଷଷ୍ଠ ‘ଶ୍ରୀମତୀ ଇଣ୍ଡିଆ-ଆର୍ଥ’ ଟାଇଟଲ ଜିତିଥିଲେ। ଦିଲ୍ଲୀରେ ଜନ୍ମିତ ଚାଓ୍ବଲା ବ୍ରିଟେନ, ସ୍ପେନ୍‌, ଜର୍ମାନୀରେ ତାଲିମ ନେଇଥିବାବେଳେ ଏବେ ସେ ଆବୁଧାବିରେ ଅଛନ୍ତି। ୨୦୧୭ରେ ପ୍ରଜନନ ଔଷଧ ଉପରେ ପୁସ୍ତକ ସହ ଏକାଧିକ ଅନ୍ତର୍ଜାତୀୟ ପ୍ରକାଶନ ରଚନା କରିଛନ୍ତି। ଦୁବାଇର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ତାଙ୍କୁ ୨୦୧୮ରେ ‘ବେଷ୍ଟ ଫିଜିସିଆନ ଅଫ୍‌ ଦି ୟୁଏଇ’ ପୁରସ୍କାର ପ୍ରଦାନ କରିଥିଲେ।

Share