Categories: ଜାତୀୟ

ଭାରତ ଭିଏତନାମକୁ ଦେଲା ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌…

ହନୋଇ/ନୂଆଦିଲ୍ଲୀ, ୯।୬ : ଭାରତ ଭିଏତନାମକୁ ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ ପ୍ରଦାନ କରିଛି। ଭିଏତନାମ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଭିଏତନାମ ନୌସେନାକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୫ଟି ବୋଟ୍‌ ଭାରତରେ ନିର୍ମାଣ ହୋଇଥିବାବେଳେ ୭ ଟି ଭିଏତନାମରେ ଆସେମ୍ବ୍ଲି କରାଯାଇଛି।

ରାଜନାଥ ସିଂ ହାଙ୍ଗ ହା ଶିପ୍‌ୟାର୍ଡରେ ବୋଟଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଏହି ଶିପ୍‌ୟାର୍ଡ ଦକ୍ଷିଣ ଚାଇନା ସାଗର କୂଳରେ ଅବସ୍ଥିତ। ଏହା ଦ୍ୱାରା ଭିଏତନାମ ନିଜର ସାମୁଦ୍ରିକ ସୀମାରେ ସହଜରେ ପାଟ୍ରୋଲିଂ କରି ପାରିବ। ଏହା ଦ୍ୱାରା ଭାରତ ଏବଂ ଭିଏତନାମ ମଧ୍ୟରେ ସାମରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ହୋଇ ପାରିବ।

ସୂଚନା ଯୋଗ୍ୟ ଭାରତ ଏବଂ ଭିଏତନାମ ମଧ୍ୟରେ ୮ ବର୍ଷ ପାଇଁ ସାମରିକ ସୁରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share