Posted inଖେଳ

ଏସୀୟ ମହିଳା କ୍ରିକେଟରେ ଭାରତର ଆଧିପତ୍ୟ

ଏସିଆ କପ୍‌ ମହିଳା କ୍ରିକେଟର ଅଷ୍ଟମ ସଂସ୍କରଣ ନିକଟରେ ବାଂଲାଦେଶରେ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ଭାରତ ସପ୍ତମ ଥରପାଇଁ ଚାମ୍ପିୟନ ହୋଇଛି। ଏସୀୟ କ୍ରିକେଟରେ ଭାରତୀୟ ମହିଳା ଦଳର ଆଧିପତ୍ୟ ଅବ୍ୟାହତ ରହିଥିବା ଏଥିରୁ ପ୍ରମାଣ ମିଳିଛି…

ଅନ୍ତର୍ଜାତୀୟ ଦୃଶ୍ୟପଟରେ ମହିଳା କ୍ରିକେଟର ଗୁରୁତ୍ୱ ବଢିଛି। ସେହି ଅନୁସାରେ ଦେଖିବାକୁ ଗଲେ ଭାରତରେ ମଧ୍ୟ ମହିଳା କ୍ରିକେଟ ବହୁ ଆଗକୁ ବଢ଼ିଛି। ମହିଳା ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛି ଭାରତ। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ସଂସ୍କରଣ ମଧ୍ୟରୁ ୭ ଥର ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକଦା ମହିଳା କ୍ରିକେଟର ଆଦୌ ଗୁରୁତ୍ୱ ନ ଥିବା ବେଳେ ଗତ କିଛି ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏବଂ ବିଭିନ୍ନ ଦେଶର କ୍ରିକେଟ ବୋର୍ଡମାନେ ଏହାକୁ ପ୍ରାଧାନ୍ୟ ଦେବାରୁ ଅନେକ ଖ୍ୟାତିସମ୍ପନ୍ନ ଖେଳାଳି ସୃଷ୍ଟି ହୋଇ ପାରିଛନ୍ତି। ବିଭିନ୍ନ ଦେଶ ମଧ୍ୟରେ ଦ୍ୱିପାଖିକ ସିରିଜ ଆରମ୍ଭ ହୋଇଛି। ଏହା ସହିତ କ୍ରିକେଟର ୩ଟି ଫର୍ମାଟରେ ମଧ୍ୟ ପ୍ରତିଯୋଗିତା ହେଉଛି। ମହିଳାମାନେ ପ୍ରତିଯୋଗିତା ଗୁଡ଼ିକରେ ଚୟନକର୍ତ୍ତା, ଭାଷ୍ୟକାର, ମ୍ୟାଚ ରେଫରି ଏବଂ ଅମ୍ପାୟର ଦାୟିତ୍ୱ ମଧ୍ୟ ସଫଳତାର ସହ ନିର୍ବାହ କରୁଥିବାର ଦେଖାଯାଉଛି। ଯାହାକି କ୍ରିକେଟ ପରି ଏକ ଲୋକପ୍ରିୟ ଖେଳର ଗୁରୁତ୍ୱ ବଢାଇଛି।
ଏସିଆନ କାଉନସିଲ୍‌ ଅଫ୍‌ କ୍ରିକେଟ ଫର ଓମେନ୍ସ ଆନୁକୂଲ୍ୟରେ ପ୍ରତି ୨ବର୍ଷରେ ମହିଳା ଏସିଆ କପ୍‌ ଆୟୋଜନ ହେଉଛି। ଏଥିପାଇଁ ଆଇସିସି ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛି। ୨୦୦୪ରୁ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍‌ର ପ୍ରଥମ ୪ଟି ସଂସ୍କରଣ ଏକଦିବସୀୟ ଫର୍ମାଟରେ ଖେଳାଯାଇଥିବା ବେଳେ ୨୦୧୨ରୁ ଏହା ଟି୨୦ ଫର୍ମାଟରେ ଅନୁଷ୍ଠିତ ହେଉଛି। ୨୦୦୪ରେ ପ୍ରଥମ ସଂସ୍କରଣ ଶ୍ରୀଲଙ୍କାଠାରେ ଖେଳାଯାଇଥିଲା। ଏଥିରେ ୨ଟି ଦଳ ଭାରତ ଓ ଶ୍ରୀଲଙ୍କା ଅଂଶ ଗ୍ରହଣ କରିଥିଲେ। ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟକୁ ଭାରତୀୟ ଦଳ ୫-୦ରେ ଜିତିଥିଲା। ୨୦୦୬ରେ ଏହା ପାକିସ୍ତାନରେ ଆୟୋଜିତ ହୋଇଥିଲା। ଭାରତ ସହିତ ଶ୍ରୀଲଙ୍କା ଏବଂ ପାକିସ୍ତାନ ଏଥିରେ ଯୋଗ ଦେଇଥିଲେ। ଫାଇନାଲରେ ଶ୍ରୀଲଙ୍କାକୁ ୯୭ ରନ୍‌ରେ ହରାଇ ଭାରତ ୨ୟଥର ପାଇଁ ଚାମ୍ପିୟନ ହୋଇଥିଲା। ୨୦୦୬ରେ ଭାରତରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଫାଇନାଲରେ ଭାରତଠାରୁ ୮ ଉଇକେଟରେ ପରାସ୍ତ ହୋଇଥିଲା। ୨୦୦୮ରେ ଶ୍ରୀଲଙ୍କାକୁ ବିଶାଳ ରନ୍‌ ବ୍ୟବଧାନରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା।
୨୦୧୨ଠାରୁ ଏହା ଟି୨୦ ଫର୍ମାଟକୁ ପରିବର୍ତ୍ତିତ ହୋଇଥିଲା। ୨୦୧୨ରେ ଚାଇନା ଏହାର ଆୟୋଜକ ହୋଇଥିଲା ଏବଂ ଭାରତ ଫାଇନାଲରେ ପାକିସ୍ଥାନକୁ ୧୯ ରନ୍‌ରେ ହରାଇ ଟାଇଟଲ ବଜାୟ ରଖିଥିଲା। ୨୦୧୬ରେ ଥାଇଲାଣ୍ଡ ଏହାର ଆୟୋଜକ ହୋଇଥିଲା ସେଠାରେ ମଧ୍ୟ ଭାରତ ଫାଇନାଲରେ ପାକିସ୍ଥାନକୁ ୧୭ ରନ୍‌ରେ ପରାସ୍ତ କରିଥିଲା। ମାତ୍ର ୨୦୧୮ରେ ମାଲେସିଆରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ବିଜୟୀ ହୋଇ ଭାରତର ବିଜୟ ଧାରାରେ ପ୍ରତିବନ୍ଧକ ଲଗାଇଥିଲା। କୋଭିଡ ପାଇଁ ୨ ବର୍ଷ ପ୍ରତିଯୋଗିତାର ଆୟୋଜନରେ ବ୍ରେକ୍‌ ଲାଗିଥିବାବେଳେ ୨୦୨୨ରେ ବାଂଲାଦେଶଠାରେ ଖେଳାଯାଇଥିବା ଟୁର୍ନାମେଣ୍ଟର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୮ ଉଇକେଟରେ ପରାସ୍ତ କରି ପୁଣି ଟ୍ରଫି ମଣ୍ଡନ ଧାରାକୁ ଫେରିଛି।
ଟୁର୍ନାମେଣ୍ଟର ଗତ ସଂସ୍କରଣରେ ମୋଟ ୭ଟି ଦେଶ ଯୋଗ ଦେଇଥିବା ବେଳେ ୨୪ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ସହିତ ଆୟୋଜକ ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଏବଂ ମାଲେସିଆ ଯୋଗଦେଇଥିଲେ। ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୪୫ ରନ୍‌ରେ ହରାଇଥିବା ବେଳେ ୨ୟ ମ୍ୟାଚରେ ମାଲେସିଆକୁ ଡିଏଲ ପଦ୍ଧତିରେ ୩୦ ରନ୍‌ରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ୟୁଏଇକୁ ୧୦୪ରନ୍‌ରେ ହରାଇଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନଠାରୁ ୧୩ରନ୍‌ରେ ହାରି ଯାଇଥିଲା। ତେବେ ୫ମ ମ୍ୟାଚରେ ବାଂଲାଦେଶକୁ ୫୯ ରନ୍‌ରେ ଏବଂ ୬ଷ୍ଠ ମ୍ୟାଚରେ ଥାଇଲାଣ୍ଡକୁ ୯ ଉଇକେଟରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା।
ଭାରତ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ମୋଟ ୬ଟି ମ୍ୟାଚ ଖେଳି ୫ ବିଜୟ, ୧ ପରାଜୟ ସହ ୧୦ ପଏଣ୍ଟ ପାଇଥିଲା। ପାକିସ୍ଥାନ ୧୦ ପଏଣ୍ଟ ସହ ୨ୟ, ଶ୍ରୀଲଙ୍କା ୮ ପଏଣ୍ଟ ସହ ୩ୟ ଏବଂ ଥାଇଲାଣ୍ଡ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲା। ପ୍ରଥମ ସେମିଫାଇନାଲରେ ଭାରତ ୭୪ ରନ୍‌ରେ ଥାଇଲାଣ୍ଡକୁ ପରାସ୍ତ କରିଥିବା ବେଳେ ରୋମାଞ୍ଚକର ୨ୟ ସେମିରେ ଶ୍ରୀଲଙ୍କା ମାତ୍ର ୧ ରନରେ ପାକିସ୍ଥାନକୁ ହରାଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ମାତ୍ର ଫାଇନାଲରେ ଭାରତ ଶୋଚନୀୟ ଭାବେ ଶ୍ରୀଲଙ୍କାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା। ଚାମ୍ପିୟନ ଭାରତୀୟ ଦଳ ଟ୍ରଫି ସହ ପୁରସ୍କାର ଆକାରରେ ୧୬ଲକ୍ଷ ୪୮ହଜାର ଟଙ୍କା ପାଇଥିଲା। ଶ୍ରୀଲଙ୍କା ୧୦ଲକ୍ଷ ୩୦ହଜାର ଟଙ୍କା ସହ ରନର ଅପ୍‌ ପୁରସ୍କାର ପାଇଥିଲା।
ଭାରତ ପକ୍ଷରୁ ଜେଜିମା ରୋଡ୍ରିଗ୍ବେଜ ଟୁର୍ନାମେଣ୍ଟରେ ସର୍ବାଧିକ ୨୧୭ ରନ୍‌ ସ୍କୋର କରିଥିଲେ। ବ୍ୟକ୍ତିଗତ ସର୍ବାଧିକ ସ୍କୋର ଶ୍ରୀଲଙ୍କାର ହର୍ଷିତା ମାଧବୀ (୮୧ରନ୍‌)ଙ୍କ ନାମରେ ରହିଥିଲା। ରୋଡ୍ରିଗ୍ବେଜ ସର୍ବାଧିକ ୨ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଫାଳୀ ବର୍ମା ସର୍ବାଧିକ ୬ଟି ଛକା ମାରିଥିଲେ। ଭାରତୀୟ ବୋଲର ଦୀପ୍ତି ଶର୍ମା ଏବଂ ଶ୍ରୀଲଙ୍କାର ଇନୋକା ରାନାୱିରା ୧୩ଟି ଲେଖାଏ ଉଇକେଟ ହାସଲ କରିଥିଲେ। ଗୋଟିଏ ଇନିଂସରେ ଶ୍ରେଷ୍ଠ ବୋଲିଂ ସଫଳତା ପାଇଥିଲେ ପାକିସ୍ତାନର ଓମାଇମା ସୋହେଲ (୫/୧୩)।
ଅନ୍ୟ ପକ୍ଷରେ ଦେଖିବାକୁ ହେଲେ ଓଡ଼ିଶା ମହିଳା ସିନିୟର କ୍ରିକେଟ ଦଳ ଗତ କିଛି ବର୍ଷ ହେବ ବିସିସିଆଇ ଦ୍ୱାରା ଆୟୋଜିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇନାହିଁ। ଓଡ଼ିଶା ଦଳରେ ଅନେକ ଖ୍ୟାତି ସମ୍ପନ୍ନ ଏବଂ ପ୍ରତିଭାବାନ ମହିଳା ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରେ ମାଧୁରୀ ମେହେଟା, ସରିତା ମେହେର, ମଧୁସ୍ମିତା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବନଲତା ମଲିକ, ସୁଜାତା ମଲିକ, ସୁଶ୍ରୀ ଦିବ୍ୟଦର୍ଶିନୀ, କାଜଲ ଜେନା, ରୋଶନାରା ପରବିନ ଅନ୍ୟତମ। ଗତ କିଛି ବର୍ଷ ହେବ ଓଡ଼ିଶା କ୍ରିକେଟ ଆସୋସିଏଶନ ମହିଳା କ୍ରିକେଟକୁ ବେଶ୍‌ ଗୁରୁତ୍ୱ ଦେଉଛି। ବଛାବଛା ଖେଳାଳିଙ୍କୁ ନେଇ ଓଡ଼ିଶା ଓମେନ୍ସ ପ୍ରିମିୟର ଲିଗ୍‌ ଆୟୋଜନ କରୁଛି। ଏଥିରୁ ଭଲ ଖେଳାଳି ମଧ୍ୟ ସୃଷ୍ଟି ହୋଇଛନ୍ତି। ଇତି ମଧ୍ୟରେ ଓଡ଼ିଶା ଟି୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ସରିଛି। ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଶ୍ରୀ ପ୍ରିୟଦର୍ଶିନୀ, ସରିତା ମେହର, ମାଧୁରୀ ମେହେଟା ପ୍ରମୁଖ ଘରୋଇ ସିଜନ୍‌ରେ ଭଲ ପ୍ରଦର୍ଶନ କରି ସୁଯୋଗ ଅପେକ୍ଷାରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri