Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦ ରନ୍‌ ସ୍କୋର କରିବାରେ ବିଫଳ ହୋଇଛି। ଦଳ ୯୯ରେ ଅଲଆଉଟ୍‌ ହେବା ସହ ଭାରତ ବିପକ୍ଷରେ ସବୁଠାରୁ କମ୍‌ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ କରିଛି।

ପୂର୍ବରୁ ୧୯୯୯ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୧୭ ରନ୍‌ରେ ଅଲଆଉଟ୍‌ କରିଥିଲା। ୨୦୧୮ରେ ଦକ୍ଷିଣ ଆଫ୍ରିକାକୁ ୧୧୮ରେ ଅଲଆଉଟ୍‌ କରିଥିଲା ଦଳ। ଏହାଛଡ଼ା ଢ଼ାକାରେ ୧୫୪ ଏବଂ ମେଲବର୍ନରେ ୧୭୭ ରନ୍‌ ସ୍କୋରରେ ଅଲଆଉଟ୍‌ କରିଥିଲା ଟିମ୍‌ ଇଣ୍ଡିଆ। ଏଣୁ ଶୁକ୍ରବାର ମ୍ୟାଚ୍‌ରେ କରିଥିବା ସ୍କୋର ଭାରତ ବିପକ୍ଷରେ ଦଳର ସର୍ବନିମ୍ନ ସ୍କୋର ଭାବେ ପରିଗଣିତ ହୋଇଛି।

Share