Categories: ଜାତୀୟ

ନିରାଶ କରିଛି ଭାରତ:ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୫ା୨:ୟୁକ୍ରେନ ସଙ୍କଟରେ ହସ୍ତକ୍ଷେପ କରି ଶାନ୍ତି ସ୍ଥାପନ ନିମନ୍ତେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଭାରତ ପକ୍ଷରୁ ଏ ଦିଗରେ ତତ୍ପରତା ପ୍ରକାଶ ପାଇ ନ ଥିବା ଏବଂ ୟୁକ୍ରେନ ସ୍ଥିତି ଉପରେ ନଜର ରଖିଥିବା ନେଇ ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଗଭୀର ଭାବେ ନିରାଶ କରିଛି ବୋଲି ଆଇଗୋର କହିଛନ୍ତି। ଭାରତଠାରୁ ୟୁକ୍ରେନ ସପକ୍ଷ ମନୋଭାବ ଆଶା ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏବେ ୫୦ ଲୋକ ମରିଛନ୍ତି। ଯେତେବେଳେ ଶହ ଶହ ହଜାର ହଜାର ଲୋକଙ୍କ ଜୀବନ ଯିବ ସେତେବେଳେ କ’ଣ ହେବ। ଏହା ଉପରେ କ’ଣ ନଜର ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ସମସ୍ତ ରିପୋର୍ଟ ସେ ଦେଖୁଥିବା କହିଛନ୍ତି। ପୁଟିନଙ୍କ ସହ ଭାରତର ମଜଭୁତ ସମ୍ପର୍କ। ମୋଦି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଏବଂ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେ ପୁଟିନ୍‌ଙ୍କ ସହ ଶାନ୍ତି ସ୍ଥାପନ ପାଇଁ ଆଲୋଚନା ନିମନ୍ତେ ଆଇଗୋର ଅନୁରୋଧ କରିଥିଲେ।

Share