Categories: ଜାତୀୟ

ଏଲ୍‌ଏସିରେ ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ମୁତୟନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ଅରୁଣାଚଳପ୍ରଦେଶଠାରେ ଥିବା ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ମୁତୟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏଠାରେ ଏମ୍‌-୭୭୭ ହ୍ବିଜର ଏବଂ ସ୍ବିଡେନ୍‌ର ବୋଫର୍ସ ତୋପ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହୋଇଛି।

ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ସୀମାର ୩.୫ କିଲୋମିଟର ଅଞ୍ଚଳରେ ଆକାଶ ମାର୍ଗରେ ଶତ୍ରୁ ପକ୍ଷରୁ ବିମାନ, ହେଲିକପ୍ଟର ଏବଂ ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ପୂର୍ବ ଲଦାଖରେ ଗତ ୧୭ ମାସ ଧରି ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ଏଲ୍‌ଏସିରେ ଏଭଳି କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ଏଲ୍‌ଏସିର ଦୀର୍ଘ ୧,୩୦୦ କିଲୋମିଟର ସୀମାକୁ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି ପ୍ରତିରକ୍ଷା ବିଭାଗ କହିଛି।

Share