Categories: ଜାତୀୟ

ନ୍ୟୁଜ୍‌କ୍ଲିକ୍‌ ମାମଲାରେ ୮,୦୦୦ ପୃଷ୍ଠାର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୧।୩: ନ୍ୟୁଜ୍‌କ୍ଲିକ୍‌ ଓ ଏହାର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୋଲିସ ଶନିବାର ୮,୦୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ପୋର୍ଟାଲ ଓ ଏହାର ମାଲିକ ଚାଇନାର ପ୍ରଚାର ଚଳାଇଥିବା ଅଭିଯୋଗ ହୋଇଥିଲା। ଚାର୍ଜଶିଟ୍‌ରେ ପିପିକେ ନ୍ୟୁଜ୍‌କ୍ଲିକ୍‌ ଷ୍ଟୁଡିଓ ପ୍ରା. ଲିଃ ଏବଂ ପୁରକାୟସ୍ଥଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଅତିରିକ୍ତ ଦୌରାଜଜ୍‌ ହରଦୀପ୍‌ କୌରଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏହା ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୬ରେ ହେବ। ଗତବର୍ଷ ସ୍ପେଶାଲ ସେଲ୍‌ ୟୁଏପିଏର ଧାରା ୧୩, ୧୬, ୧୭, ୧୮ ଏବଂ ୨୨ ସମେତ ଆଇପିସିର ୧୫୩ଏ ଏବଂ ୧୨୦ବି ଅନୁଯାୟୀ ମାମଲା ରୁଜୁ କରିଥିଲା। ଗତ ଅକ୍ଟୋବର ୩ରେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ପୁରକାୟସ୍ଥ ଏବଂ ଏଚ୍‌ଆର୍‌ ମୁଖ୍ୟ ଅମିତ୍‌ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଚକ୍ରବର୍ତ୍ତୀ ରାଜସାକ୍ଷୀ ହେବା ପାଇଁ କରିଥିବା ଆବେଦନକୁ ଗତ ଜାନୁମଆରୀରେ କୋର୍ଟ ଅନୁମତି ଦେଇଥିଲେ।

Share