Posted inଖେଳ

କ୍ଲିନ୍‌ସୁଇପ୍‌ କଲା ଭାରତ

ତ୍ରିନିଦାଦ,୨୮।୭: ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହ ଭାରତ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି। ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍‌କୁ ନିଜ ଘରେ ଦିନିକିଆ ସିରିଜରେ କ୍ଲିନ୍‌ସୁଇପ୍‌ କରିଛି ଭାରତ। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ପ୍ରଥମେ ଖେଳି ୩୬ ଓଭରରେ ତିନି ଉଇକେଟ ହରାଇ ୨୨୫ ରନ ସଂଗ୍ରହ କରିଥିଲା। ତେବେ ଡକ୍‌ୱର୍ଥ-ଲୁଇସ ନିୟମରେ ୱେଷ୍ଟଇଣ୍ଡିଜ ୩୫ ଓଭରରେ ୨୫୭ ରନ ସଂଗ୍ରହ କରିବାର ଥିଲା। ଏହାର ଜବାବରେ କାରିବିଆନ ଦଳ ୨୬ ଓଭରରେ ୧୩୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।
ଭାରତରୁ ୨୫୭ ରନ୍‌ର ଟାର୍ଗେଟକୁ ପଛରେ ପକାଇ ୱେଷ୍ଟଇଣ୍ଡିଜ ବହୁତ ଖରାପ ଆରମ୍ଭ କରିଥିଲା। ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଓପନର୍‌ କାଇଲ ମେୟର ଏବଂ ଶ୍ୟାମରାହ ବ୍ରୁକ୍ସ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ଉଭୟଙ୍କୁ ମହମ୍ମଦ ସିରାଜ ଆଉଟ୍‌ କରିଥିଲେ।
ଏହା ପରେ ବ୍ରେଣ୍ଡନ କିଙ୍ଗ ଏବଂ ଶାଇ ହୋପ ୱେଷ୍ଟଇଣ୍ଡିଜ ଇନିଂସର ମଙ୍ଗ ଧରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଭାରତୀୟ ବୋଲରଙ୍କୁ ସାମ୍ନା କରିପାରି ନ ଥିଲେ। ହୋପ ୩୩ ବଲରେ ୨୨ ରନ ସଂଗ୍ରହ କରି ଚହଲଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ଅଧିନାୟକ ନିକୋଲାସ ପୁରନ କିଙ୍ଗଙ୍କ ସହ ଇନିଂସ ସମ୍ଭାଳିଥିଲେ। କିନ୍ତୁ ବଡ ସଟ ଖେଳିବା ପ୍ରକ୍ରିୟାରେ ସେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଧରାପଡିଥିଲେ। ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ସର୍ବାଧିକ ଚାରିଟି ଉଇକେଟ ନେଇଥିଲେ। ଏହା ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ପ୍ରତ୍ୟେକ ୨ଟି ଲେଖାଏ ଉଇକେଟ ନେଇଥିଲେ। ଏଥି ସହିତ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଏହାପୂର୍ବରୁ ଭାରତୀୟ ଦଳ ଶୁବମନ ଗିଲଙ୍କ ଅପରାଜିତ ୯୮ ରନ୍‌ର ସହାୟତାରେ ୩୬ ଓଭରରେ ୩ ଉଇକେଟ୍‌ ହରାଇ ୨୨୫ ରନ୍‌ ସ୍କୋର କରିଥିଲେ। ଅଧିନାୟକ ଶିଖର ଧାୱନ ମଧ୍ୟ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୮ ରନ ସ୍କୋର କରିଥିଲେ। ଏଥିସହିତ ଶ୍ରେୟାସ ଆୟର ୪୪ ରନର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri