Categories: ଖେଳ

ଜିମ୍ବାଓ୍ବେକୁ ୭୧ ରନ୍‌ରେ ପରାସ୍ତ କଲା ଭାରତ

ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍‌-୨ରେ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ଆଠ ପଏଣ୍ଟ ସହ ଶୀର୍ଷରେ ରହିଛି।
ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଚମତ୍କାର ଇନିଂସ ଖେଳିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୩୫ ବଲରେ ୫୧ ରନ ସଂଗ୍ରହ କରିଥିଲେ। ଏଥିସହିତ ସୂର୍ଯ୍ୟକୁମାର ୨୫ ବଲରେ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାର ଜବାବରେ ଜିମ୍ବାୱେ ଦଳ ୧୭.୨ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଆନ ବୁର୍ଲେ ସର୍ବାଧିକ ୩୫ ରନ ସ୍କୋର କରିଥିଲେ। ଏଥିସହିତ ସିକନ୍ଦର ରାଜା ୩୪ ରନର ଇନିଂସ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ୩ଟି ଉଇକେଟ ନେଇଥିଲେ। ଏଥି ସହ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଚମତ୍କାର ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

Share