Categories: ଜାତୀୟ

୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ବୀକାର କରି ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧର ଫଳ ସ୍ବରୂପ ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ମାର୍ଚ୍ଚ ୨୫ଠାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ବାଂଲାଦୋରେ ହୋଇଥିବା ଏହି ସ୍ବାଧୀନତା ଆନ୍ଦୋଳନକୁ ମୁକ୍ତି ସଂଗ୍ରାମ ଭାବେ ଅଭିହିତ କରାଯାଇଥିଲା। ପୂର୍ବ ପାକିସ୍ତାନରେ ମୁକ୍ତି ସଂଗ୍ରାମୀଙ୍କ ଉପରେ ପାକିସ୍ତାନ ସୈନ୍ୟ ନାନାପ୍ରକାର ଅକଥନୀୟ ଅତ୍ୟାଚାର କରିଥିଲା। ପାକିସ୍ତାନ ସୈନ୍ୟ ଅନେକଙ୍କୁ ବଳାତ୍କାର କରିଥିଲେ। ଭାରତ ପକ୍ଷରୁ ପଞ୍ଚଶୀଳ ନୀତି ଅନ୍ତର୍ଗତ ମୁକ୍ତି ସଂଗ୍ରାମୀଙ୍କୁ ସହଯୋଗ ଦିଆଯାଇଥିଲା। ଫଳରେ ବାଂଲାଦେଶ ସୃଷ୍ଟି ହେବା ସହିତ ପାକିସ୍ତାନ ସୈନ୍ୟ ଶୋଚନୀୟ ପରାସ୍ତ ହୋଇଥିଲେ ।

Share