ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା। ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦଙ୍କ ଶଳା ଏବଂ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ।
ଦୁଇ ସପ୍ତାହ ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିଥିଲା। ଗତ ବର୍ଷ ଚାଇନା ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହି ତାଲିକା ଆସିଥିଲା। ମକ୍କିଙ୍କୁ ତାଲିକାଭୁକ୍ତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଆଭିମୁଖ୍ୟ ଗ୍ରହଣ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହଥିଲେ, ମକ୍କିଙ୍କୁ ତାଲିକାଭୁକ୍ତ କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟିର ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ।

Share